ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ବିଧାନସଭାରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ଶେଷ ଦିନ ଚାଲିଛି । ତେବେ ଗୃହରେ ସାଇନ୍ସ ପାର୍କକୁ ନେଇ ପ୍ରଶ୍ନ ଉଠିଛି । ଆଜି ଗୃହରେ ସନ୍ତୋଷ ସିଂ ସାଲୁଜାଙ୍କ ଏନେଇ ପ୍ରଶ୍ନ କରିଥିଲେ । ତେବେ ଏହାର ଉତ୍ତର ରଖିଛନ୍ତି ଅଶୋକ ପଣ୍ଡା । ରାଜ୍ୟରେ ୨୦ଟି ସାଇନ୍ସ ପାର୍କ ନିର୍ମାଣ ହେବ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୦ଟି ସାଇନ୍ସ ପାର୍କ ନିର୍ମାଣ ହେବ । ରାଜ୍ୟରେ ୪ଟି ସ୍ଥାନରେ ସାଇନ୍ସ ପାର୍କ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି । ବାରିପଦା, କେନ୍ଦୁଝର, ଗୋପାଳପୁର, ରାୟଗଡାରେ ଏହି ସାଇନ୍ସ ପାର୍କ ନିର୍ମାଣ ହେବ । ରାଉରକେଲା ଓ ବଲାଙ୍ଗିରରେ ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି କହିଛନ୍ତି ଅଶୋକ ପଣ୍ଡା ।