ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ “ଭାରତ ଖେଳନା ମେଳା”ର ଉଦଘାଟନ କରିଛନ୍ତି। ଭର୍ଚୁଆଲ୍ ମାଧ୍ୟମରେ ଏହି ମେଳାର ଉଦ୍ଘାଟନ କରାଯାଇଛି । ଆତ୍ମନିର୍ଭର ଭାରତ ଅଭିଯାନରେ ଭୋକାଲ ଫର ଲୋକାଲ କ୍ୟାମ୍ପେନରେ ଖେଳନା ନିର୍ମାଣର ଭାରତରେ ବୈଶ୍ଵିକ ହବ କରିବା ପାଇଁ ଶିକ୍ଷା ମନ୍ତ୍ରାଳୟ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ।
ତେବେ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ କେବଳ ଏକ ବ୍ୟବସାୟ ବା ଆର୍ଥିକ କାର୍ଯ୍ୟକ୍ରମ ନୁହେଁ । ଏହି କାର୍ଯ୍ୟକ୍ରମ ପୂର୍ବ ପ୍ରଚଳିତ ଖେଳ ଓ ଉଲ୍ଲାସର ସଂସ୍କୃତିକୁ ଦୃଢ କରିବା ପାଇଁ ଏକ ଶୃଙ୍ଖଳ ଅଟେ । ଭାରତର ଖେଳ ଓ ଖେଳନାରେ ଜ୍ଞାନ ବିଜ୍ଞାନ ଓ ମନୋରଞ୍ଜନ ଭରି ରହିଥାଏ । ମେଡ୍ ଇନ୍ ଇଣ୍ଡିଆ ଚାହିଦା ତ ରହିଛି ଏବେ ହ୍ୟାଣ୍ଡମେଡ୍ ଇନ୍ ଇଣ୍ଡିଆର ଚାହିଦା ମଧ୍ୟ ବଢି ଯିବ ।
ତେବେ ସେ ଆଉ ମଧ୍ୟ କହିଛନ୍ତି ଯେ ଆଜି ଯେଉଁ ସତରଞ୍ଜ ଭାରତରେ ଖେଳାଯାଉଛି ତାହାକୁ ପ୍ରାଚୀନ କାଳରେ ଚତୁରଙ୍ଗ କୁହାଯାଉଥିଲା । ଆଧୁନିକ ଲୁଡୋ ସେତେବେଳେ ପଚିସି ରୂପରେ ଖେଳା ଯାଉଥିଲା। ଆମର ଧର୍ମଗ୍ରନ୍ଥ ଗୁଡିକରେ ଭିନ୍ନଭିନ୍ନ ପ୍ରକାରର ଖେଳନା ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରାୟତଃ ଭାରତୀୟ ଖେଳନା ପାକୃତିକ ଏବଂ ଇକୋ ଫ୍ରେଣ୍ଡଲି ଉପାୟରେ ତିଆରି କରାଯାଇଥାଏ । ଏଥିରେ ବ୍ୟବହାର ହେଉଥିବା ରଙ୍ଗ ମଧ୍ୟ ପ୍ରାକୃତିକ ଓ ସୁରକ୍ଷିତ । ଆଜି ମଧ୍ୟ ଭାରତୀୟ ଖେଳନା ଆଧୁନିକ ପ୍ୟାନ୍ସି ଖେଳନା ଠାରୁ ଶସ୍ତା। ଏହା ସାମାଜିକ- ଭୌଗୋଳିକ ପରିବେଶ ସହ ମଧ୍ୟ ଯୋଡି ହୋଇଥାଏ ।