ସନ୍ଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଭିସୁଟ)ରେ କରୋନା ଆତଙ୍କ ଦେଖାଯାଇଛି । ଦୁଇ ଦିନ ମଧ୍ୟରେ ୩ଟି ଛାତ୍ରାବାସର ପ୍ରାୟ ୨୫ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଭିସୁଟ କର୍ତ୍ତୁପକ୍ଷଙ୍କୁ ଚିନ୍ତାରେ ପକାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଜି ଉପଜିଲ୍ଲାପାଳ ଭିସୁଟ୍ ଆସି ସ୍ଥିତି ତଦାରଖ କରିଛନ୍ତି ।
ତେବେ କରୋନା ପାଇଁ ଛାତ୍ରମାନଙ୍କୁ ହଷ୍ଟେଲରୁ ବାହାରକୁ ନଯିବା ପାଇଁ କୁହାଯାଇଛି ଏବଂ ହଷ୍ଟେଲରେ ଛାତ୍ରମାନଙ୍କୁ ସବୁ ସୁବିଧା ଯୋଗାଇ ଦେବାକୁ ଭିସୁଟ ପକ୍ଷରୁ କୁହାଯାଇଛି । ତେବେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଭିତରେ କେହି କରୋନା ଆକ୍ରାନ୍ତ ନାହାନ୍ତି । ତେଣୁ ପରୀକ୍ଷା ଚାଲିପାରିବ ବୋଲି ଭାରପ୍ରାପ୍ତ କୁଳପତି ବିଭୂତିଭୂଷଣ ପତି କହିଛନ୍ତି ।ତେବେ ସଂକ୍ରମିତ ହୋଇଥିବା ଛାତ୍ରମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ।