ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିଶ୍ଵର ସର୍ବୋଚ୍ଚ ରେଲୱେ ବ୍ରିଜ୍ ଭାରତର ଜାମ୍ମୁ କାଶ୍ମୀରରେ ନିର୍ମାଣ ହେଉଛି। ଏହାର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଅର୍ଥାତ୍ ଶେଷ ହେବାକୁ ଯାଉଛି । ୧୨୫୦ କୋଟି ବିନିଯୋଗରେ ଇନ୍ଦ୍ରଧନୁ ଆକାରରେ ଏହି ବ୍ରିଜ ଚେନାବ ନଦୀ ଉପରେ ନିର୍ମାଣ କରାଯାଉଛି । ଏହି ବ୍ରିଜ ଚେନାବ ନଦୀର ୩୫୯ ମିଟର ଉଚ୍ଚରେ ଓ ଏହାର ଲମ୍ବ ୧,୩୧୫ ମି. ରହିଛି ।ପ୍ୟାରିସର ପ୍ରସିଦ୍ଧ ଇଫିଲ ଟାୱାର ଠାରୁ ଏହା ୩୫ ମିଟର ଉଚ୍ଚ ହେବ ।
ତେବେ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଏନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ସେ ଏହାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଇନଫ୍ରାଷ୍ଟ୍ରକଚର ମାର୍ବଲ ଇନ ମେକିଂ । ଏହା ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ ।
Infrastructural Marvel in Making: Indian Railways is well on track to achieve another engineering milestone with the steel arch of Chenab bridge reaching at closure position.
It is all set to be the world’s highest Railway bridge 🌉 pic.twitter.com/yWS2v6exiP
— Piyush Goyal (@PiyushGoyal) February 25, 2021
;
ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏହି ପୋଲ ରିକ୍ଟର ସ୍କେଲରେ ୮ ତୀବ୍ରତା ଭୂମିକମ୍ପ ଏବଂ ବିସ୍ଫୋରଣକୁ ସହ୍ୟ କରିପାରିବ । ଏଥିରେ ଆତଙ୍କୀ ଆକ୍ରମଣ ଏବଂ ଭୂମିକମ୍ପକୁ ନେଇ ସୁରକ୍ଷା ପ୍ରଣାଳୀ ରହିଛି । ୨୦୧୭ରୁ ଏହି ବ୍ରିଜର ନିର୍ମାଣ କାର୍ଯ୍ୟ ଚାଲିଛି । ଚିନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜ ଉଦ୍ଧମପୁର-ଶ୍ରୀନଗର-ବାରାମୁଳା ରେଳୱେ ପ୍ରୋଜେକ୍ଟର ଅଂଶ । ତେବେ ମାର୍ଚ୍ଚ ୨୦୨୧ ଶେଷ ଶୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ।