ସନ୍ଷ୍ଟାର ଟିଭି ବ୍ୟୁରୋ
ଭାରତୀୟ କ୍ରିକେଟ ଟିମ୍ର ଅଲରାଉଣ୍ଡର ୟୁସୁଫ୍ ପଠାନ୍ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୨୦୦୭ରେ ଟି-୨୦ ଓ ୨୦୧୧ ବିଶ୍ବକପ୍ ବିଜୟୀ ଟିମ୍ର ସଦସ୍ୟ ଥିବା ୟୁସୁଫ୍ ସନ୍ନ୍ୟାସ ନେଇ ଆଜି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ବିଶ୍ବ କ୍ରିକେଟର ଏକମାତ୍ର ଖେଳାଳି ଯିଏ ସିଧାସଳଖ ବିଶ୍ବକପ୍ ଫାଇନାଲ ମ୍ୟାଚରେ ନିଜର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଥିଲେ । ଆଉ ସେହି ମ୍ୟାଚରେ ହିଁ ଚାମ୍ପିଅନ୍ ହୋଇଥିଲେ ।
ୟୁସୁଫ ପଠାନ ଅବସର ଗ୍ରହଣ ବିଷୟରେ ଟ୍ଵିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ମୋର ମନେ ଅଛି ଯେଉଁ ଦିନ ମୁଁ ପ୍ରଥମ ଥର ପାଇଁ ଭାରତର ଜର୍ସି ପିନ୍ଧିଥିଲି । ସେହି ଜର୍ସି ମୋ ପରିବାର, ବନ୍ଧୁ, କୋଚ, ପୁରା ଦେଶ ପିନ୍ଧିଥିଲେ । ମୋର ପିଲାଦିନ , ଜୀବନ ସବୁକିଛି କ୍ରିକେଟ ର ଭଲ ମନ୍ଦରେ କଟିଛି । କିନ୍ତୁ ଆଜି କିଛି ଅଲଗା ଅଛି । ମୋତେ ଭଲପାଇବା ଓ ସପୋର୍ଟ କରିଥିବାରୁ ମୁଁ ମୋ ପରିବାର, ବନ୍ଧୁ, କୋଚ, ପୁରା ଦେଶକୁ ଧନ୍ୟବାଦ ଜଣାଉଛି ।
I thank my family, friends, fans, teams, coaches and the whole country wholeheartedly for all the support and love. #retirement pic.twitter.com/usOzxer9CE
— Yusuf Pathan (@iamyusufpathan) February 26, 2021