ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଫେବୃୟାରୀ ମାସ ଯାଏଁ କରାଯାଇଥିବା କରୋନା ଗାଇଡଲାଇନକୁ କେନ୍ଦ୍ର ସରକାର ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରିଛନ୍ତି । କରୋନା ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଗୃହ ବିଭାଗ । ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି କଣ୍ଟେନମେଣ୍ଟ ବ୍ୟବସ୍ଥା ଓ ସାବଧାନତା ଜାରି ରହିବ। ତେବେ ଟିକାକରଣ ତ୍ୱରାନ୍ୱିତ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ପୂର୍ବଭଳି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଓ ଅନ୍ୟାନ୍ୟ କୋଭିଡ-୧୯ ଗାଇଡ୍ଲାଇନ ପାଳନ କରିବାକୁ କୁହାଯାଇଛି । କ୍ଲାସରୁମରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ । ସେହିପରି ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଚାଲିପାରିବ। ବାହାଘର ଏବଂ ଅନ୍ତିମ ଯାତ୍ରାରେ ସମସ୍ତେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ । ତେବେ ଫେବ୍ରୁଆରି ମାସରେ ଯେଉଁ ଗାଇଡଲାଇନ୍ ରହିଥିଲା,ସେହି ଗାଇଡ୍ଲାଇନକୁ ମାର୍ଚ୍ଚ ୩୧ ଯାଏ ବଳବତ୍ତର ରଖିଛନ୍ତି କେନ୍ଦ୍ର ସରକାର ।