ସନ୍ଷ୍ଟାର ଟିଭି ବ୍ୟୁରୋ
ବୁର୍ଲା: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଏହି ବିଦ୍ୟାଳୟର ୨ ଟି ଛାତ୍ରାବାସରୁ ୩ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୬ରେ ପହଞ୍ଚିଛି । ଯାହା ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ଏପଟେ କରୋନା ସଂକ୍ରମଣ ବଢୁଥିବା ବେଳେ ସେପଟେ ଅଫ୍ଲାଇନ୍ରେ ଚାଲିଛି ପରୀକ୍ଷା ।
ସୂଚନାଯୋଗ୍ୟ ଯେ, ଗତକାଲି ଦୁଇଟି ଛାତ୍ରାବାସରୁ ୩ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଙ୍କୁ ଆଇସୋଲେସନ୍ରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ହଷ୍ଟେଲ ଗୁଡିକରେ ନୋଟିସ୍ ଲଗାଯାଇଥିଲା । ଦେଶରେ କରୋନାର ନୂଆ ଷ୍ଟ୍ରେନ ସମୟରେ ଭିସୁଟରେ କରୋନା ସଂକ୍ରମଣ ବଢିବା ସଂଖ୍ୟା ସରକାରଙ୍କୁ ଚିନ୍ତାରେ ପକାଇବା ସହ ଭୟର ବାତାବରଣ ସୃଷ୍ଟି କରିଛି ।