ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ଦେଶରେ କ୍ରମାଗତ ଭାବରେ ତୈଳଦର ବୃଦ୍ଧି ହେବାରେ ଲାଗିଛି । ଏପରିକି ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ଶହେ ଟପିଲାଣି । ତେବେ ଏହି ଦର ବୃଦ୍ଧିକୁ ନେଇ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ।ଇଲେକ୍ଟ୍ରିକ ସ୍କୁଟରରେ ବସି ଗଳାରେ ତୈଳଦର ବୃଦ୍ଧି ବିରୋଧରେ ଲେଖାଥିବା ଏକ ପୋଷ୍ଟର ଲଗାଇଛନ୍ତି ରାଲି କରିଛନ୍ତି ମମତା ବାନାର୍ଜୀ । ମମତା ବସିଥିବା ସ୍କୁଟରକୁ ଚଳାଉଛନ୍ତି ଟିଏମସି ନେତା ଫିରହାଦ୍ ହାକିମ୍ ।
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ତୈଳଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିବାକୁ ଯାଇ ଇଲେକ୍ଟ୍ରିକ ସ୍କୁଟର ପଛପଟେ ବସି ରାସ୍ତାରେ ଯାଉଛନ୍ତି । ସେ ସ୍କୁଟର ପଛପଟେ ବସିବା ସହ ଗଳାରେ ତୈଳଦର ବୃଦ୍ଧି ବିରୋଧରେ ଲେଖାଥିବା ଏକ ପୋଷ୍ଟର ଲଗାଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।
#WATCH | West Bengal Chief Minister Mamata Banerjee travels on an electric scooter in Kolkata as a mark of protest against rising fuel prices. pic.twitter.com/q1bBM9Dtua
— ANI (@ANI) February 25, 2021