ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦେଶରେ କରୋନା ଟିକାକରଣ ପରେ ଦେଶ ଆଶ୍ଵସ୍ତି ଲାଭ କରିବ ବୋଲି ଭାବୁଥିଲା । କିନ୍ତୁ କରୋନାର ନୂତନ ଷ୍ଟ୍ରେନ ଏବେ ଚିନ୍ତାର କାରଣ ସାଜିଛି । ରାଜ୍ୟ ସରକାର ଏଥିପାଇଁ ଆଗୁଆ ସଚେତନତା ଆରମ୍ଭ କରିଦେଇଛନ୍ତି । ବିଏମ୍ସି ପକ୍ଷରୁ ଭୁବନେଶ୍ବର ବିମାନବନ୍ଦରରେ ଟେଷ୍ଟିଂ ସେଣ୍ଟର କରାଯାଇଛି । ଆଜିଠୁ ଯାତ୍ରୀଙ୍କର ସ୍କ୍ରିନିଂ ଆରମ୍ଭ ହୋଇଯାଇଛି ।
ଯଦି ସ୍କ୍ରିନିଂ ସମୟରେ କିଛି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ଟେଷ୍ଟିଂ ବାଧ୍ୟତାମୂଳକ କରାଯିବ । ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମକୁ ବୃଦ୍ଧି କରାଯାଇଛି । ଆଜିଠାରୁ ପୂର୍ବଭଳି ଆକ୍ରାନ୍ତମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ, ଆରମ୍ଭ ହୋଇଛି । ତେବେ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ପାଇଁ ଚେଷ୍ଟା ଜାରି ରହିଥିବା ବିଏମ୍ସି ପକ୍ଷରୁ କୁହାଯାଇଛି ।