ସନ୍ଷ୍ଚାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମାର୍ଚ୍ଚ ମାସ ୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ତିନି ପ୍ରଥମ ବର୍ଷର ପାଠପଢା । ତେବେ ଏହି ପାଠପଢା ଅନ୍ଲାଇନରେ ହେବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର । ଏନେଇ ସେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।
ଯୁକ୍ତ ୩ (ସ୍ନାତକ) ଓ ପିଜି (ସ୍ନାତକୋତ୍ତର) ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଫିଜିକାଲ୍ କ୍ଲାସ ଜାନୁଆରୀ ୧୧ରୁ ଆରମ୍ଭ ହୋଇଥିବା ବେଳେ ଫେବୃୟାରୀ ୧୦ରୁ ପିଜି ପ୍ରଥମ ଓ ଯୁକ୍ତ ୩ର ଦ୍ୱିତୀୟ ଏବଂ ତୃତୀୟ (୪ ବର୍ଷର ସ୍ନାତକ ପାଠ୍ୟକ୍ରମ) ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପଢ଼ା ଆରମ୍ଭ ହୋଇଛି । ବର୍ତ୍ତମାନ କରୋନା ସ୍ଥିତି ନିୟନ୍ତ୍ରଣରେ ନଥିବାରୁ ଯୁକ୍ତ ୩ ପ୍ରଥମ ବର୍ଷ ତଥା ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ (ଫିଜିକାଲ୍) ପାଠପଢ଼ା ସମ୍ଭବ ନୁହଁ । ତେଣୁ ମାର୍ଚ୍ଚ ୧ରୁ ସେମାନଙ୍କୁ ଅନ୍ଲାଇନ୍ରେ ପଢ଼ାଇବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।