ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିଧାନସଭାରେ ଆଜି ଚାଲିଛି ଶୂନ୍ୟ କାଳ । ତେବେ ଏହି ସମୟରେ କଂଗ୍ରେସ ଦଳର ବିଧାୟକ ନରସିଂହ ମିଶ୍ର କୋଟିଆ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ । କୋଟିଆରେ ଆନ୍ଧ୍ର ନିର୍ବାଚନର ଖବର ଥିଲେ ମଧ୍ୟ ରାଜ୍ୟ ସରକାର କାହିଁକି ଚୁପ ରହିଲେ ବୋଲି ପଚାରିଲେ ନରସିଂହ । ସେହିପରି ଇଣ୍ଟେଲିଜେନ୍ସ ପାଖରେ ଖବର ଥିଲା ନା ନାହିଁ । ଯଦି ଥିଲା ତାହେଲେ ମୁଖ୍ୟମନ୍ତ୍ରୀ କାହିଁକି ପଦକ୍ଷେପ ନେଲେ ନାହିଁ । କାହିଁକି ଆନ୍ଧ୍ରର ନିର୍ବାଚନ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ ବୋଲି ପ୍ରଶ୍ନ ପଚାରିଲେ ନରସିଂହ ।
ଏହାପରେ ଗୃହରେ ବିଧାୟକଙ୍କ ମଧ୍ୟରେ ହୋହାଲ୍ଲା ଦେଖାଯାଇଥିଲା । ଏହି ହୋହାଲ୍ଲା ପାଇଁ ଉପବାଚସ୍ପତି ୧୦ ମିନିଟ ଯାଏଁ ଗୃହ ମୁଲତବୀ ରଖିଥିଲେ ଓ ସର୍ବଦଳୀୟ ବୈଠକ ଡକାଇଥିଲେ । କିନ୍ତୁ ପୁଣି ଗୃହରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାରୁ ଗୃହ କାର୍ଯ୍ୟ ଅପରାହ୍ମ ୪ ଟା ଯାଏଁ ମୁଲତବୀ କରିଛନ୍ତି ଉପବାଚସ୍ପତି ।