ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଭାରତୀୟ ଏଜେନ୍ସିଙ୍କୁ ଆଜି ଏକ ବଡ ସଫଳତା ମିଳିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିକୁ ଏବେ ଭାରତ ଅଣାଯିବ । ଭାରତକୁ ପ୍ରତ୍ୟାର୍ପଣ କରିବା ପାଇଁ ଲଣ୍ଡନର ଏକ ଅଦାଲତ ଏନେଇ ମଞ୍ଜୁରୀ ଦେଇସାରିଛନ୍ତି ।ତେବେ କାର୍ଯ୍ୟ ସମୂର୍ଣ୍ଣ ହେବାକୁ ୨୮ ଦିନ ସମୟ ଲାଗିପାରେ । ହୀରା ବ୍ୟବସାୟୀ ନିରବ ମୋଦି ୧୩,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ କରି ଭାରତରୁ ପଳାୟନ କରିଥିଲେ ।
ତେବେ ଏବେ ମଧ୍ୟ ନିରବ ମୋଦିଙ୍କ ପାଖରେ ଭାରତ ନ ଆସିବାର ୩ ଟି ବିକଳ୍ପ ରହିଛି । ଯାହା ଦ୍ଵାରା ସେ ବର୍ତ୍ତମାନ ପାଇଁ ଜେଲ ଯିବାରୁ ବଞ୍ଚି ପାରିବେ । ଯଦି ନୀରବ ମୋଦି ଚାହିଁବେ ତେବେ ଲଣ୍ଡନର ସ୍ଥାନୀୟ କୋର୍ଟର ନିର୍ଦ୍ଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିପାରିବେ । ଯଦି ହାଇକୋର୍ଟରେ କେସ ହାରିବେ ତେବେ ତାଙ୍କ ପାଖରେ ସୁପ୍ରିମ କୋର୍ଟର ମଧ୍ୟ ବିକଳ୍ପ ରହିଛି ।
ତେବେ ଏହା ଛଡା ସେ ମାନବାଧିକାରର ସାହାଯ୍ୟ ମଧ୍ୟ ନେଇ ପାରିବେ । ଯଦି ନିରବ ମୋଦି ନିଜର ମାନସିକ ଅବସ୍ଥା ମାନବାଧିକାରକୁ ବାହାନା ଦେବେ ଓ କହିବେ ଯେ ଭାରତର ଜେଲ୍ରେ ପ୍ରଯ୍ୟାପ୍ତ ସୁବିଧା ନାହିଁ ତେବେ ଏହି କେସ ମାନବାଧିକାରକୁ ମଧ୍ୟ ଯାଇପାରେ । ତେବେ ଏହି ପ୍ରକ୍ରୀୟା ଶେଷ ହେବାକୁ ୨ରୁ ୩ ବର୍ଷ ଲାଗିପାରେ । ଏହି ପରି ଭାବରେ ସୋ କିଛି ଦିନ ଭାରତକୁ ନ ଆସିପାରନ୍ତି ।
ତେବେ ଯଦି ନୀରବମୋଦୀ ଲଣ୍ଡନର ସ୍ଥାନୀୟ କୋର୍ଟର ଆଦେଶକୁ ମାନି ନିଅନ୍ତି ତେବେ ସେ ୨୮ ଦିନ ମଧ୍ୟରେ ଭାରତ ଆସିବେ । କିନ୍ତୁ ଯଦି ସେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟ ଯାଆନ୍ତି ତେବେ ପୁଣି ଭାରତକୁ ଆସିବା ପାଇଁ ତାଙ୍କୁ ସମୟ ଲାଗିବ ।