ସନ୍ଷ୍ଟାର ଟିଭି ବ୍ୟୁରୋ
ଅହମ୍ମଦାବାଦ: ବିଶ୍ଵର ସର୍ବବୃହତ କ୍ରିକେଟ ଷ୍ଟାଡିୟମ, ମୋଟେରା କ୍ରିକେଟ୍ ଷ୍ଟାଡିୟମର ନୂତନ ନାମକରଣ ନରେନ୍ଦ୍ର ମୋଦିର ନାମିତ କରାଗଲା ପରେ କଡା ସମାଲୋଚନାର ଶିକାର ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ଏହାର ନାମ ସର୍ଦ୍ଦାର ପଟେଲ ଷ୍ଟାଡିୟମ ନାମରେ ନାମିତ ଥିଲା ବେଳେ କଣ ପାଇଁ ଏହାର ନାମ ନରେନ୍ଦ୍ର ମୋଦି ରହିଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧି ଦଳ ନେତା । ତେବେ ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଏହାକୁ ନେଇ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ସତ କେତେ ସୁନ୍ଦର ଭାବେ ସାମ୍ନାକୁ ଆସେ । ନରେନ୍ଦ୍ର ମୋଦି ଷ୍ଟାଡିୟମ, ଆଦାନୀ ଏଣ୍ଡ୍, ରିଲାଏନ୍ସ ଏଣ୍ଡ୍ ଏବଂ ଜୟ ଶାହଙ୍କ ଅଧ୍ୟକ୍ଷତାରେ । ଆମେ ଦୁଇ ଆମର ଦୁଇ।
Beautiful how the truth reveals itself.
Narendra Modi stadium
– Adani end
– Reliance endWith Jay Shah presiding.#HumDoHumareDo
— Rahul Gandhi (@RahulGandhi) February 24, 2021
ତେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମଧ୍ୟ ମୋଦିଙ୍କୁ କଟାକ୍ଷ କରି ଲେଖିଛନ୍ତି ଯେ, ଏହି ମାଟିରେ କିଛି ନିଆରା ଅଛି, ଯାହାକି ଅନେକ ବାଧାବିଘ୍ନ ସତ୍ତେ୍ୱ ସବୁବେଳେ ସର୍ବଦା ମହାନ ଆତ୍ମାଙ୍କ ବାସସ୍ଥାନ ହୋଇ ରହିଆସିଛି ।
&
“इस मिट्टी में कुछ अनूठा है, जो कई बाधाओं के बावजूद हमेशा महान आत्माओं का निवास रहा है।”
~ सरदार पटेल
— Priyanka Gandhi Vadra (@priyankagandhi) February 24, 2021
;
କଂଗ୍ରେସ ନେତା ଶଶି ଥରୁର ଲେଖିଛନ୍ତି, ବୋଧହୁଏ ସେମାନେ ଅନୁଭବ କରିଛନ୍ତି ଯେ, ଷ୍ଟାଡିୟମକୁ ଜଣେ ଗୃହମନ୍ତ୍ରୀଙ୍କ ପାଇଁ ନାମିତ କରାଯାଇଛି, ଯିଏ ସେମାନଙ୍କ ମୂଳ ସଂଗଠନ ଉପରେ ପ୍ରତିବନ୍ଧ ଲଗାଇଛନ୍ତି। କିମ୍ବା ବୋଧହୁଏ ଟ୍ରମ୍ପଙ୍କ ପରି ପରବର୍ତ୍ତୀ ଭ୍ରମଣକାରୀ ମୁଖ୍ୟଙ୍କ ଲାଗି ଏଠାରେ ଆୟୋଜନ କରାଯିବା ପାଇଁ ଆଗୁଆ ବୁକିଂ କରାଯାଇଛି । କିମ୍ବା ଏହାଏକ ଉତ୍ତରାଧିକାରୀ ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଛି ।’
Maybe they just realised the stadium was named for a Home Minister who had banned their parent organisation! Or maybe this is advance booking to ensure the next visiting Head of State is hosted here, like Trump? Or is this the beginning of a legacy-creation-thru-labelling spree? https://t.co/yMppcTbSw5
— Shashi Tharoor (@ShashiTharoor) February 24, 2021