ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଘରେ ପଶି ଯୁବତୀଙ୍କ ହାତଗୋଡ ବାନ୍ଧି କିରୋସିନ ଢାଳି ଜିଅନ୍ତା ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ମାନସିଂପାଟଣା ଅଂଚଳରେ । ଯୁବତୀ ଜଣଙ୍କ ଏକୁଟିଆ ଘରେ ଥିବାର ସୁଯୋଗ ନେଇ ୪ମୁଖା ପିନ୍ଧା ଦୁର୍ବୃତ୍ତ ଘଟାଇଛନ୍ତି ଏଭଳି ଘଟଣା । ଘର ଭିତରେ ପଶି ଯୁବତୀଙ୍କୁ ମାଡ଼ ମାରିବା ସହ ଇଞ୍ଜେକସନ ଦେଇ ଅଚେତ କରି ଦେଇଥିଲେ । ଏହା ପରେ ତାଙ୍କ ଶରୀରରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ।
ତେବେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ଏସ୍ସିବିରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି ।
ସୂଚନା ଅନୁସାରେ ଯୁବତୀ ଜଣକ ଖ୍ରୀଷ୍ଟ କଲେଜର ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ଅଟନ୍ତି । କଟକରେ ସେ ତାଙ୍କ ବାପା, ମା, ଭାଇ ଓ ଭଉଣୀ ସହିତ ଭଡା ଘରେ ରହୁଥିଲେ । ପୂର୍ବରୁ ଫୋନ୍ କଲ ମାଧ୍ୟମରେ ତାଙ୍କୁ ଜୀବନରୁ ମାରି ଦେବାର ଧମକ ଆସୁଥିଲା ବୋଲି କହିଛନ୍ତି ଛାତ୍ରୀଙ୍କ ମାଆ ।