ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଦେଖାଯାଇଛି । ସାଧାରଣ ପରିଷଦ ବୈଠକ ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିବା ଦେଖାଯାଇଛି । ପିସିସି ସଭାପତିଙ୍କ ଉପସ୍ଥିତିରେ ଏହି ଅପ୍ରିତୀକର ସ୍ଥିତି ଉପୁଜିଛି । ଗୋଟିଏ ଗୋଷ୍ଠୀ କଂଗ୍ରେସ ସହ ହାତ ମିଳାଇଥିବା ଅଭିଯୋଗକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ, ତିର୍ତ୍ତୋଲ ଉପନିର୍ବାଚନ ସମୟରେ କଂଗ୍ରେସ ନେତା ବିଷ୍ଣୁ ବାରିକ ବିଜେଡି ସହ ହାତ ମିଶେଇ କଂଗ୍ରେସକୁ ହରାଇଥିବା ଅଭିଯୋଗ ହୋଇଥିଲାମ। ଏହାକୁ ତିର୍ତ୍ତୋଲର ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ଵାଳଙ୍କ ସମର୍ଥକ ସିଧାସଳଖ ଭାବେ ବିରୋଧ କରିଥିଲେ । ଏପରିକି ଏହି ସାଧାରଣ ପରିଷଦ ବୈଠକରେ ବସାଇ ଦିଆଯିବ ନାହିଁ ଦାବି କରିଥିଲେ ଓ ବିଷ୍ଣୁ ବାରିକଙ୍କ ସହ ଧସ୍ତାଧସ୍ତି କରିଥିଲେ । ଝଗଡା ମଧ୍ୟରେ ଅଫିସ ତାଲା ପକାଇଥିବା ଅଭିଯୋଗ ହୋଇଛି । ବିଷ୍ଣୁ ବାରିକ କହିଛନ୍ତି ଯେ ମୁଁ କୌଣସି ଦଳ ବିରୋଧି କାର୍ଯ୍ୟ କରିନାହିଁ ।
ତେବେ ଗଣ୍ଡଗୋଳକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।