ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି କରୋନା ଟିକାକରଣର ଶେଷ ଦିନ । ତେବେ ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କୋଭିଡ ଟିକା ନେଇଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସେ ଏହି ଟିକା ଗ୍ରହଣ କରିଛନ୍ତି । ତେବେ ଟିକା ନେବା ପରେ ଅଧଘଣ୍ଟା ଅବଜରଭେସନରେ ରହିଥିଲେ ବିଏମସି କମିଶନର । କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖା ଯାଉଛି କି ନାହିଁ, ତାହା ଜାଣିବା ପାଇଁ ହସ୍ପିଟାଲରେ ଅଧଘଣ୍ଟା ଅବଜରଭେସନରେ ରହିଛନ୍ତି। ଏହା ପୂର୍ବରୁ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଟିକା ଗ୍ରହଣ କରିଥିଲେ।
ତେବେ ଅନ୍ୟପଟେ ମାର୍ଚ୍ଚ ୧ ରୁ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଗତକାଲି ଘୋଷଣା କରିଥିଲେ ।ସରକାରୀ ହସ୍ପିଟାଲରେ ଏହି ଟିକା ମାଗଣା ଦିଆଯିବ ମାତ୍ର ଘରୋଇ ହସ୍ପିଟାଲରେ ଏହି ଟିକା ପାଇଁ ପଇସା ଦେବାକୁ ପଡିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ମାତ୍ର କେତେ ଟଙ୍କା ଦିଆଯିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।