ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଷ୍ଵର: ଆସନ୍ତାକାଲି ଅର୍ଥାତ୍ ଫେବୃୟାରୀ ୨୬ ରେ ବନ୍ଦ ରହିବ ଭାରତ । ଜିଏସଟି ବ୍ୟବସ୍ଥାକୁ ସରଳ କରିବା ଦାବି ନେଇ ଓ ଜିଏସଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ ପ୍ରତିବାଦରେ ଦେଶର ବାଣିଜ୍ୟ ସଂଗଠନ କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(CAIT) ଆସନ୍ତା କାଲି ଭାରତ ବନ୍ଦ ଡାକରା ଦେଇଛି । ଆସନ୍ତା କାଲି ସକାଳ ୬ ଟାରୁ ରାତି ୮ ଯାଏଁ ଦେଶର ସମସ୍ତ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିବ । ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି ।
ତେବେ ବ୍ୟବସାୟୀ ସଙ୍ଗଠନ ସୂଚନା ଅନୁସାରେ ଏହି ଭାରତବନ୍ଦକୁ ଦେଶର ପ୍ରାୟ ୪୦ ହଜାରରୁ ଅଧିକ ବ୍ୟବସାୟୀକ ସଂସ୍ଥା ସମର୍ଥନ ଜଣାଇଛନ୍ତି । ଦେଶରେ ଜିଏସଟି ଲାଗୁ ହେବା ପରେ ସଠିକ ଭାବେ କାର୍ଯ୍ୟକାରିତା କରାଯାଉନାହିଁ । ଏଥିସହ ଜିଏସଟି ସରଳୀକରଣ ପାଇଁ ବ୍ୟବସାୟୀମାନେ ବାରମ୍ବାର ଦାବି କରିବା ସତ୍ତ୍ବେ ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସରକାର ଜିଏସଟିକୁ ସାରା ଦେଶରେ କାର୍ଯ୍ୟକାରୀ କରିବାକୁ ଏହାକୁ ୯୬୦ ଥର ସଂଶୋଧନ କରିଥିଲେ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ।