ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ମହାରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ତେବେ ଓ୍ଵାଶିମ୍ ଜିଲ୍ଲା ଅନ୍ତର୍ଗତ ଏକ ବିଦ୍ୟାଳୟ ହଷ୍ଟେଲ୍ରୁ ୨୨୯ଜଣ କୋଭିଡ୍ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୨୫ଜଣ ହେଉଛନ୍ତି ଶିକ୍ଷାର୍ଥୀ ଏବଂ ବାକି ୪ଜଣ ଶିକ୍ଷକ । ଏହାପରେ ସମ୍ପୃକ୍ତ ସ୍କୁଲ୍ ପରିସରକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି ।
ସ୍କୁଲ୍ର ଏହି ଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅମରାବତୀ ଓ ଯବତମଲ୍ ଜିଲ୍ଲାର । ଗତ ସପ୍ତାହମାନଙ୍କରେ ଉପରୋକ୍ତ ଦୁଇ ଜିଲ୍ଲାରେ କରୋନାଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ଘଟିଛି । କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷିତ ହେଲା ପରେ ଏହି ସ୍କୁଲ୍ ପରିସରରେ ଅମରାବତୀ, ହିଙ୍ଗୋଲି, ନାନ୍ଦେଦ୍, ଓ୍ଵାଶିମ୍, ବୁଲ୍ଧନା, ଅଲୋକା ଅଞ୍ଚଳର ପ୍ରାୟ ୩୨୭ଜଣ ଶିକ୍ଷାର୍ଥୀ ଏହି ହଷ୍ଟେଲ୍ରେ ରହନ୍ତି ।
କ୍ରମାଗତ ଚାରି ମାସ ଧରି ନିମ୍ନଗାମୀ ରହିଥିବା କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ଏବେ ପୁନର୍ବାର ବୃଦ୍ଧି ପାଇଛି । ବୁଧବାର ଦିନ ମହାରାଷ୍ଟ୍ରରେ ୮,୮୦୦ଟି ନୂଆ କରୋନାଭାଇରସ୍ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି ।ଯାହା ମହାରାଷ୍ଟ୍ର ସରକାରଙ୍କୁ ଚିନ୍ତାରେ ପକାଇଛି ।