ସନ୍ଷ୍ଟାର ଟିଭି ବ୍ୟୁରୋ
ଅହମଦାବାଦ୍: ଗୁଜୁରାଟର ଅହମଦାବାଦ୍ରେ ବିଶ୍ଵର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ମୋଟେରା ଷ୍ଟାଡିୟମ ଏବେ ନରେନ୍ଦ୍ର ମୋଦି ଷ୍ଟା଼ଡିୟମରେ ନାମରେ ପରିଚିଚ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଉଦଘାଟନ କରିଛନ୍ତି । ତେବେ ଏହି ଉଦ୍ଘାଟନ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଏହାର ନାମକରଣ କରାଯାଇଛି । ଏହି ସମୟରେ ଅମିତ ଶାହ କହିଛନ୍ତି, ଅହମ୍ମଦାବାଦକୁ ଏବେ ସ୍ପୋର୍ଟ ସିଟିର ନାମରେ ଜଣାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ଏହି ସ୍ବପ୍ନ ଦେଖିଥିଲେ ।
ଅମିଶ ଶାହ ଏହି ଷ୍ଟାଡିୟମର ବିଶେଷରେ କହିଛନ୍ତି । ସେ କହିଛନ୍ତି ଯେ ଏହି ଷ୍ଟାଡିୟମର କ୍ଷମତା ୧.୩୨ ଲକ୍ଷ । ଏହି ଷ୍ଟାଡିୟମ କେବଳ ସବୁଠରୁ ବଡ କ୍ରିକେଟ ଷ୍ଟାଡିୟମ ନୁହେଁ ବଂର ବିଶ୍ବର ସବୁଠାରୁ ବଡ ସ୍ପୋର୍ଟସ୍ ଷ୍ଟାଡିୟମ । ଗୋଟିଏ ଦିନରେ ୨ଟି ଅଲଗା ଅଲଗା ଖେଳର ଆୟୋଜନ କରିହେବ । ୬୩ ଏକରରେ ବ୍ୟାପି ରହିଛି ଏହି ଷ୍ଟାଡିୟମ, ଏହାକୁ ତିଆରି କରିବାରେ ୭୦୦ କୋଟି ଟଙ୍କା ଲାଗିଛି । ପଡିଆରେ ମୋଟ ୧୧ଟି ପିଚ୍ ତିଆରି କରାଯାଇଛି, ଯେଉଁଥିରେ ଲାଲ ଓ କଳା ମାଟିରୁ ତିଆରି ଅଲଗା ଅଲଗା ପିଚ୍ ରହିଛି । ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସିଂ ରୁମ୍ ତିଆରି କରାଯାଇଛି, ଯେଉଁଥିରେ ଜିମ୍ ମଧ୍ୟ ରହିଛି । ଏହା ସାଙ୍ଗରେ ୪ଟି ଡ୍ରେସିଂ ରୁମ୍ ଥିବା ଏହା ପ୍ରଥମ ଷ୍ଟାଡିୟମ ।
ତେବେ ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମରେ ଆଜି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳାଯିବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ମ୍ୟାଚ୍ ଆରମ୍ଭ ହୋଇଯାଇଛି ।