ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଦେଶ ତଥା ଦେଶ ବାହାରେ ଥିବା ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡିଆ ରହିଛନ୍ତି । ସେମାନଙ୍କ ସହିତ ସୁସଂପର୍କ ପ୍ରତିଷ୍ଠା ତଥା ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିବା ପାଇଁ ରାଜ୍ୟରେ ‘ପ୍ରବାସୀ ଓଡିଆ ଭବନ’ ପ୍ରତିଷ୍ଠା କରିବା ପାଇଁ ଓଡିଆ ମହାମଞ୍ଚ ପକ୍ଷରୁ ଦୀର୍ଘ ଦିନ ହେବ ଦାବି କରାଯାଉଥିଲା । ତେବେ ଏହି ଦାବିକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ‘ପ୍ରବାସୀ ଓଡିଆ ଭବନର’ ଉଦ୍ଘାଟନ କରାଯାଇଛି । ଭୁବନେଶ୍ଵର ୟୁନିଟ୍-୨ ସ୍ଥିତ କ୍ଵାଟର ନଂ ଭି.ଆର୍ ୩/୨ରେ ଏହି ଅତିଥି ଭବନ ପ୍ରତିଷ୍ଠା କରାଯାଇଛି ।
ତେବେ ଏହାକୁ ଲୋକାର୍ପିତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ । ତେବେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଶୋକ ପଣ୍ଡା, ସୁଶାନ୍ତ ସିଂ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ତେବେ ଏହି ଭବନ ପ୍ରତିଷ୍ଠା ଦ୍ଵାରା ସୀମିତ ସମୟ ପାଇଁ ବାହାରୁ ଆସୁଥିବା ଓଡିଆ ପ୍ରବାସୀ ମାନେ ଉପକୃତ ହୋଇପାରିବେ । ପାର୍ସପୋର୍ଟ ବା ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ପାଇଁ ଭୁବନେଶ୍ଵର ଆସୁଥିବା ଭାଇଭଉଣୀମାନେ ଏଠାରେ ରହିପାରିବେ ବୋଲି କୁହାଯାଇଛି ।