ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ । ମେ ୧୮ରୁ ଆରମ୍ଭ ହେବାକୁ ଯାଉଛି ଏହି ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ତେବେ ମେ ୧୮ରୁ ଆରମ୍ଭ ହୋଇ ଜୁନ୍ ୧୨ ଯାଏଁ ଚାଲିବ ଏହି ପରୀକ୍ଷା । କଳା, ବାଣିଜ୍ୟ, ବିଜ୍ଞାନ ପାଇଁ ହେବ ଏହି ପରୀକ୍ଷା । ୨୮ରୁ ମେ ରୁ ଧନ୍ଦା ମୂଳକ ବିଷୟର ପରୀକ୍ଷା ଆରମ୍ଭ ହେବ । ତେବେ ପ୍ରଥମେ ଫିଜିକ୍ସ ପରୀକ୍ଷା କରାଯିବ । ପୂରା ବିବରଣୀ ପରେ ଦିଆଯିବ ବୋଲି କହିଛନ୍ତି ସମୀର ରଞ୍ଜନ ଦାସ ।