ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଷଷ୍ଠ ଦିନରେ ଚାଲିଛି ପ୍ରଶ୍ନକାଳ ସମୟ ।ଏହି ସମୟରେ ପୁଣି ଥରେ ଏମଏସପି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠିଛି । ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।୨୦୧୭ ମାର୍ଚ୍ଚ ୨୫ ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବା ପାଇଁ ଦାବି କରାଯାଇଥିଲା । ୧୩ ଜୁଲାଇ ୨୦୧୮ରେ ମଧ୍ୟ ଏ କଥା ଉଠାଯାଇଥିଲା । ଧାନର ଉତ୍ପାଦନ ଖର୍ଚ୍ଚ ୨୩୪୪ ଟଙ୍କା ଵୋଲି ହିସାବ କରିଥିଲେ ରାଜ୍ୟ ସରକାର । ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଏବେବି ମଧ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ର ପାଖକୁ ପଠାଯାଇଛି ବୋଲି ଗୃହରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ ।
ତେବେ ଏମଏସପି କୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ପ୍ରଶ୍ନ କରିଥିଲେ । ୨୯୩୦ ଟଙ୍କାରେ ଧାନ କିଣିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟ ସରକାର ଚାପ ପକାଇବେ କି ବୋଲି ପ୍ରଶ୍ନ କରିଥିଲେ ସେ । ସେପଟେ ଏମଏସପି ନିର୍ଦ୍ଧାରଣ ବେଳେ ସିଏସିପି ରାଜ୍ୟ ମାନଙ୍କର ମତାମତ ନେଇଥାଏ । କିନ୍ତୁ ଜାତୀୟ ହାରକୁ ନେଇ ଏମଏସପି ନିର୍ଦ୍ଧାରଣ କରାଯାଉଛି । ଯେଉଥିପାଇଁ ଓଡିଶା କ୍ଷତିଗ୍ରସ୍ତ ହେଉଛି ବୋଲି ଗୃହରେ କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।