ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନାର ନୂତନ ଷ୍ଟ୍ରେନ ପାଇଁ ସାରା ବିଶ୍ଵ ଏବେ ଚିନ୍ତାରେ ।ପୁରୁଣା କରୋନାଠାରୁ ଏହା ଅଧିକ ଭୟଙ୍କର ହୋଇଥିବା ବେଳେ ଏହାର ଲକ୍ଷଣ ଗୁଡିକ ଭିନ୍ନ ଅଟେ । ନ୍ୟାସନାଲ ହେଲ୍ଥ ସର୍ଭିସର ସୂଚନା ଅନୁଯାୟୀ ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା ନୂତନ କରୋନା ଷ୍ଟ୍ରେନରେ ଦେଖାଯାଉଛି ୭ ଲକ୍ଷଣ । ତେବେ ଜାଣନ୍ତୁ ସେହି ୭ ଲକ୍ଷଣ ବିଷୟରେ ।
- ଶରୀରର ତାପମାତ୍ରା ସାମାନ୍ୟ ଅଧିକ ରହିବା, ମୁଣ୍ଡ ବ୍ୟଥା ସହ ଜ୍ଵର ହେବା, ଦୁର୍ବଳ ଲାଗିବା
- ଡାଇରିଆ ହେବା, ଏଥିପାଇଁ ଶରୀରର ଜଳୀୟ ଅଂଶ କମିଯିବା
- ଗଳାରେ ସଂକ୍ରମଣ ଦେଖାଯିବା, ଗଳା କୁଣ୍ଡାଇ ହେବା, ଗଳା ଶୁଖିବା ସହ ଖାଇବା ପିଇବାରେ ଅସୁବିଧା ହେବା
- ଆଖି ଲାଲ୍ ପଡିବା, କୁଣ୍ଡାଇ ହୋଇ ପାଣି ବୋହିବା
- ଆଣ୍ଠୁ ଗଣ୍ଠି ବିନ୍ଧିବା, ଆଣ୍ଠୁ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା, ପୂରା ଶରୀର ବିନ୍ଧିବା ସହ ଚାଲିବାରେ କଷ୍ଟ ଅନୁଭବ କରିବା
- ନଖର ରଙ୍ଗ ବଦଳିବା, ଗୋଇଠି ଓ ଆଙ୍ଗୁଳି ଦରଜ ହେବା ସହ ରଙ୍ଗରେ ମଧ୍ୟ ପରିବର୍ତ୍ତନ ଦେଖାଯିବା
- ଚର୍ମ ଜନିତ ରୋଗ, ଚର୍ମ କୁଣ୍ଡାଇ ହେବା ,ଚର୍ମରେ ଲାଲ୍ ଦାଗ ଦେଖାଯିବା