ସନ୍ଷ୍ଟାର ଟିଭି ବ୍ୟୁରୋ
ଅହମ୍ମଦାବାଦ: ବିଶ୍ଵର ସର୍ବବୃହତ କ୍ରିକେଟ ଷ୍ଟାଡିୟମ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ- ଇଣ୍ଡିଆ ମଧ୍ୟରେ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଯାଇଛି । ତେବେ ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ । ତେବେ ଏହି ନିଷ୍ପତି ଇଂଲଣ୍ଡ ଖେଳାଳୀଙ୍କ ଉପରେ ମହଙ୍ଗା ପଡିଛି । ମ୍ୟାଚ୍ ଆରମ୍ଭରୁ ହିଁ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଛି ଇଂଲଣ୍ଡର ।
ଇଂଲଣ୍ଡ ଦଳକୁ ପ୍ରଥମ ଝଟକା ଦେଇଥିଲେ ଈଶାନ୍ତ ଶର୍ମା । ଇଂଲଣ୍ଡର ଦଳୀୟ ସ୍କୋର ମାତ୍ର ୨ ରନ୍ ହୋଇଥିବା ପ୍ରଥମ ଓ୍ଵିକେଟ୍ ଯାଇଥିଲା ।ଏହା ପରେ ୭ମ ଓଭରରେ ଅକ୍ସର ତାଙ୍କ ପ୍ରଥମ ବଲରେ ହିଁ ଜନି ବେୟାରଷ୍ଟୋଙ୍କୁ ପଡିଆରୁ ବିଦା କରିଥିଲେ । ସେତେବେଳେ ଦଳୀୟ ସ୍କୋର ମାତ୍ର ୨୭ ହୋଇଥିଲା ।ଇଂଲଣ୍ଡର ଦଳୀୟ ସ୍କୋର ୭୪ ହୋଇଥିଲା ବେଳେ ଅଶ୍ଵିନ ରୁଟ୍ଙ୍କୁ ଆଉଟ୍ କରିଥିଲେ ।
ଏହା ପରେ କ୍ରଲିଙ୍କୁ ଆଉଟ୍ କରିଥିଲେ ଅକ୍ସର । ମାତ୍ର ୧ ରନ୍ ଅଶ୍ଵିନଙ୍କ ବଲରେ ଆଉଟ୍ ହୋଇଥିଲେ ପୋପ୍ । ଏହା ପରେ ଷଷ୍ଠ ଓ୍ଵିକେଟ୍ ନେଇଥିଲେ ଅକ୍ସର ମାତ୍ର ୬ ରନ କରି ଷ୍ଟୋକ ଅକ୍ସରଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ଏହାପରେ ସପ୍ତମ ଓ୍ଵିକେଟ ମଧ୍ୟ ଅକ୍ସରଙ୍କ ଖାତାରେ ପଡିଥିଲା । ମାତ୍ର ୧୧ ରନ୍ କରି ଅକ୍ସରଙ୍କ ବଲରେ ଆଉଟ୍ ହୋଇଥିଲେ ଆର୍କର ।