ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ହାଇକୋର୍ଟ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନକୁ ଗ୍ରହଣ କରିଛନ୍ତି । ତେବେ ଓ ୫ ଲକ୍ଷ ଟଙ୍କା ସହ ୨ ଜାମିନଦାରଙ୍କ ପ୍ରତିବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨୪ । ଏଥି ସହିତ ଲକ୍ଷ ଟଙ୍କା ନଗଦ ଜମା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ।ତେବେ ସେ ଜାମିନ ପାଇବା ପରେ ମଧ୍ୟ ଜେଲରେ ରହିବେ . କାରଣ କେବଳ କ୍ରାଇମ୍ବ୍ରାଞ୍ଚ ମାମଲା ପାଇଁ ତାଙ୍କୁ ଜାମିନ ମିଳିଛି । କିନ୍ତୁ ମାମଲା ଗୁଡିକରେ ତାଙ୍କୁ ଏଯାଏଁ ଜାମିନ ମିଳିନାହିଁ ।
ସୂଚନାଯୋଗ୍ୟ, ଅଭୟକାନ୍ତ ପାଠକ ଓ ଆକାଶ ପାଠକ ଭିଜିଲାନ୍ସ ହାତରେ ଧରାପଡିବା ପରେ ସେମାନଙ୍କ ସହ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କ ନାମ ସମ୍ନାକୁ ଆସିଥିଲା । ପ୍ରଦୀପ ପାଣିଗ୍ରାହୀ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ଠକେଇ ମାମଲାରେ ସମୃକ୍ତ ଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା । ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଡକୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର୍ ହୋଇଥିଲା । ଯାହା ପାଇଁ ତାଙ୍କୁ ଗିରଫ କରାଯାଇଥିଲା ।