ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ଅଢ଼େଇ ଲକ୍ଷ ଟଙ୍କା । ଏ ନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ସଚିବ ଭାସ୍କରଜ୍ୟୋତି ଶର୍ମା । ପୂର୍ବରୁ ଦିବ୍ୟାଙ୍ଗଙ୍କୁ ବିବାହ କଲେ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିଲା । ନୂଆ ନିଷ୍ପତ୍ତି ମୁତାବକ ସମସ୍ତ ଯୋଗ୍ୟ ଦମ୍ପତ୍ତିଙ୍କୁ ଏହି ପ୍ରୋତ୍ସାହନ ରାଶି ଦେବାକୁ ନିଷ୍ପତ୍ତି ହୋଇଛି ।