ସନ୍ଷ୍ଟାର ଟିଭି ବ୍ୟୁରୋ
ପୁଡୁଚେରୀ: ପୁଡୁଚେରୀରେ କଂଗ୍ରେସ ସରକାର ବିଦା ଦେବା ପରେ ଏବେ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରାଯିବ ।ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି ।ଆଜି କେନ୍ଦ୍ରୀୟ କ୍ୟାବିନେଟ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଫାଇଲ୍ ଫଠାଇଛନ୍ତି ।
ତେବେ ଆଉ କିଛି ମାସ ମଧ୍ୟରେ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପକ୍ରୀୟା ଆରମ୍ଭ ହେବ । କଂଗ୍ରେସ ଶାସନ ଭାଙ୍ଗିବା ପରେ ସେଠାରେ ବିରୋଧି ଦଳ ସରକାର ଗଠନ କରିବା ପାଇଁ ଦାବି କରିନାହାନ୍ତି ।
ତେବେ କିଛି ଦିନ ପୂର୍ବେ କଂଗ୍ରେସର ୫ ଓ ଡିଏମ୍କେ ଦଳର ଜଣେ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ ।ଏହାପରେ ନାରାୟଣସାମିଙ୍କ ସରକାର ଲଘୁସଂଖ୍ୟାକୁ ଆସିଯାଇଥିଲା । ଏହାପରେ ଉପରାଜ୍ୟପାଳ ଯଥା ଶିଘ୍ର ଫ୍ଲୋର ସେଟ୍ କରିବା ପାଇଁ ଆଦେଶ ଦେଇଥିଲେ । ଇସ୍ତଫା ଦେଇଥିବା କାରଣରୁ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ୨୬ ହୋଇଯାଇଥିଲା । କଂଗ୍ରେସ ପାଖରେ ମାତ୍ର ୧୧ ଜଣ ବିଧାୟକ ରହିଥିଲେ । କିନ୍ତୁ ବିରୋଧି ଦଳ ପାଖରେ ୧୪ ବିଧାୟକ ରହିଥିଲେ । ବହୁମତ ହାରିବା କାରଣରୁ ନାରାୟଣସାମି ଉପରାଜ୍ୟପାଳଙ୍କ ନିକଟରେ ତାଙ୍କ ଇସ୍ତଫା ଦାବି କରିଥିଲେ । ତେବେ ଉପରାଜ୍ୟପାଳ ତାଙ୍କ ଇସ୍ତଫାକୁ ମଞ୍ଜୁରୀ ଦେବାରୁ ସରକାର ଭାଙ୍ଗିଥିଲା ।