ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଟିକାକରଣନକୁ ନେଇ ଭାରତ ସରକାର ଆଜି ବଡ ଘୋଷଣା କରିଛନ୍ତି । ଦେଶରେ ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ଅର୍ଥାତ୍ ବୟସ୍କ ଲୋକମାନଙ୍କୁ ଦିଆଯିବ କରୋନା ଟିକା । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଏନେଇ ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ ଦେଶରେ ମାର୍ଚ୍ଚ ୧ ରୁ ୪୫ ବର୍ଷରୁ ଅଧିକ ବୟସର ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିବେ ସେମାନଙ୍କୁ ମଧ୍ୟ କରୋନା ଟିକା ଦିଆଯିବ । ତେବେ ଯେଉଁମାନେ ଦେଶର ସରକାରୀ ହସ୍ପିଟାଲରେ ଟିକା ନେବେ ସେମାନଙ୍କୁ ଏହି ଟିକା ମାଗଣାରେ ଦିଆଯିବ କିନ୍ତୁ ଯେଉଁମାନେ ଘରୋଇ ହସ୍ପିଟାଲରରେ ଟିକା ନେବେ ସେମାନଙ୍କୁ ପଇସା ଦେବାକୁ ପଡିବ ।