ସନ୍ଷ୍ଟାର ଟିଭି ବ୍ୟୁରୋ
ହ୍ଵାର୍ଟଆପର ନୂତନ ପ୍ରାଇଭେସି ପଲିସି ପାଇଁ କମ୍ପାନୀକୁ ଅନେକ ବିରୋଧର ସାମ୍ନା କରିବାକୁ ପଡିଥିଲା । ବ୍ୟବହାରୀକାରୀମାନେ ଏହି ନୂତନ ପ୍ରାଇଭେସି ପଲିସିକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ । ଏବେ ବି ଏହାକୁ ନେଇ ଅନେକ ବ୍ୟବହାରକାରୀ ଦ୍ଵନ୍ଦରେ ରହିଛନ୍ତି । ତେବେ ଏହାକୁ ବୁଝାଇବା ପାଇଁ କମ୍ପାନୀ ଅନେକ ଚେଷ୍ଟା କରୁଛି ।
ଏହା ମଧ୍ୟରେ ଏହି ପଲିସିକୁ ଗ୍ରହଣ କରିବା ପାଇଁ ଶେଷ ତାରିଖ ଘୋଷଣା କରିଛି କମ୍ପାନୀ । ୧୫ ମେ ମଧ୍ୟରେ ଏହାକୁ ଗ୍ରହଣ କରିବା ବାଧ୍ୟତାମୂଳକ ଅଟେ । ତେବେ ଏହି ତାରିଖ ମଧ୍ୟରେ ଯଦି ଆପଣ ପଲିସିକୁ ଗ୍ରହଣ ନ କରୁଛନ୍ତି ତେବେ ଆପଣ କାହାରିକୁ କଲ୍ କିମ୍ଵା ମେସେଜ କରିପାରିବେ ନାହିଁ । ମାତ୍ର କିଛି ଦିନ ପାଇଁ କଲ ରିସିଭ୍ କରିପାରିବେ । ୧୫ ମେ ପରେ ଏହି ଗ୍ରହଣ ଅପ୍ସନ ଆସିବ ନାହିଁ ।ମେ ୧୫ରୁ ୧୨୦ ଦିନ ପରେ ଆପଣଙ୍କ ଆକାଉଣ୍ଟ କମ୍ପାନୀ ଦ୍ଵାରା କାଟି ଦିଆଯିବ ।
କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ପଲିସି ଗ୍ରହଣ କରିବା ଦ୍ଵାରା ପ୍ରାଇଭେଟ୍ ଚାର୍ଟ ବା ୟୁଜର୍ସ ମାନଙ୍କ ତଥ୍ୟ ଉପରେ କୌଣସି ପ୍ରଭାବ ପକାଇବନି । ସେହି ତଥ୍ୟ ଗୁଡିକ ପୂର୍ବ ପରି ଗୋପନ ରହିବ ।