ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ଷ୍ଟିଲ ସିଟି ରାଉରକେଲାରେ ଗଡିଲା ଆଶ୍ରୟ ରଥ l ରାଉରକେଲା ମହାନଗର ନିଗମ ଅଧୀନରେ ଥିବା ଆଶ୍ରୟସ୍ଥଳରେ ବାସହୀନ ଲୋକଙ୍କୁ ଆଣି ରଖିବା ଲାଗି ଆଜି ‘ଆଶ୍ରୟ ରଥ’ର ଶୁଭାରମ୍ଭ କରାଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ ରାଉରକେଲାରେ ଏହାର ଶୁଭାରମ୍ଭ କରିଛନ୍ତି । ଦୀନ ଦୟାଲ ଅନ୍ତୋଦୟ ଯୋଜନା ଅଧୀନରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି ସ୍ଵତନ୍ତ୍ର ଗାଡ଼ି ଆଶ୍ରୟସ୍ଥଳ ସମ୍ପର୍କରେ ନିରାଶ୍ରୟ ଲୋକମାନଙ୍କୁ ସଚେତନ କରିବା ସହ ଆବଶ୍ୟକସ୍ଥଳେ ସେମାନଙ୍କୁ ହସ୍ପିଟାଲ ନେବାରେ ମଧ୍ୟ ସାହାଯ୍ୟ କରିବ ।
ଏହି ଉଦଘାଟନ ସମାରୋହରେ ବିଧାୟକ ସାରଦା ନାୟକ, ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଏଡିଏମ ଅବୋଲି ସୁନୀଲ ନାରବଣେ, ସୁନ୍ଦରଗଡ଼ ଏଡିଏମ ବିଶ୍ୱଜିତ ମହାପାତ୍ରଙ୍କ ସମେତ ଜିଲ୍ଲା ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l
@chairmanwodc Shri Asit Tripathy launched the ‘Ashraya Rath’, a vehicle for transportation of homeless people to the Shelters for Urban Homeless managed by @RourkelaMC The vehicle will also spread awareness and facilitate medical emergencies for them in the city. @OdishaCouncil pic.twitter.com/sa20CIkduu
— Collector and DM, Sundargarh (@DMSundargarh) February 23, 2021