ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବଢିଚାଲିଛି ତୈଳ ଦର । ଆଜି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସଟି ବ୍ୟବସ୍ଥାରେ ସାମିଲ କରିବାକୁ ଜିଏସଟି କାଉନସିଲକୁ ଅନୁରୋଧ କରାଯାଇଛି । କିନ୍ତୁ ଏଯାଏଁ ଜିଏସଟି କାଉସିଲ କୌଣସି ପଦକ୍ଷେପ ନେଇ ନାହାନ୍ତି ।
ସେ ଆଉ ମଧ୍ୟ କହିଛନ୍ତି, ଟିକସ ପଇସାରେ ବିକାଶ କାମ କରାଯାଉଛି । କରୋନା କାଳରେ ପେଟ୍ରୋଲ-ଡିଜେଲ ଉପରୁ ଆଦାୟ ହୋଇଥିବା କେନ୍ଦ୍ରୀୟ ଟିକସରେ କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେହିଭଳି କେବଳ ସ୍ୱାସ୍ଥ୍ୟ ବାବଦ ଖର୍ଚ୍ଚକୁ ଚଳିତ ବଜେଟରେ ବ୍ୟବବରାଦ ୧୩୭ ପ୍ରତିଶତ ଅଧିକ କରାଯାଇଛି । ଗତ ଥର ଅପେକ୍ଷା ବଜେଟରେ ଖର୍ଚ୍ଚ ପରିମାଣ ୩୨ ପ୍ରତିଶତ ଅଧିକ ରହିଥିବାରୁ ଟିକସ ଅର୍ଥରେ ଏହି ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
;
We are consistently requesting the GST council to include petroleum products under its purview as it will benefit people. But it is their call to take: Union Petroleum Minister Dharmendra Pradhan pic.twitter.com/7ini4v3RTg
— ANI (@ANI) February 23, 2021