ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ୮୯ ଦିନ ହେବ କୃଷକମାନେ ଦିଲ୍ଲୀ ରାଜରାସ୍ତାରେ ଆନ୍ଦୋଳନରେ ବସି ରହିଛନ୍ତି । ସରକାର ଓ କୃଷକଙ୍କ ମଧ୍ୟରେ ଗୋଟିଏ ପରେ ଗୋଟିଏ ବୈଠକ ବସୁଥିଲେ ମଧ୍ୟ ଏହାର କୌଣସି ସମାଧାନର ବାଟ ବାହାରି ପାରୁନାହିଁ । ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଆସନ୍ତା ସପ୍ତାହ ପାଇଁ ପ୍ରସ୍ତୁତ ବିବରଣୀ ଚାଷୀ ସଂଗଠନ ପକ୍ଷରୁ ଜାରି କରାଯାଇଛି ।
ଆନ୍ଦୋଳନକୁ ମଜଭୂତ କରିବା ପାଇଁ କୃଷକମାନେ ଆଜି ସାରାଦେଶରେ ‘ପଗ୍ଡି ସମ୍ଭାଳ ଦିବସ’ ପାଳିବେ ଚାଷୀ ।ତେବେ ଆସନ୍ତା କାଲି ଅର୍ଥାତ୍ ୨୪ ଫେବୃୟାରୀରେ ‘ଦମନ ବିରୋଧୀ ଦିବସ’ ପାଳନ କରିବା ସହ ୨୫ ଫେବୃୟାରୀରେ ଦେଶବ୍ୟାପୀ ଚାଷୀମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବେ । ସେହିପରି ୨୬ ତାରିଖରେ ଯୁବ ‘କିଷାନ ଦିବସ’ ପାଳନ କରିବେ କୃଷକ ସଂଗଠନ । ତେବେ ୨୭ ଫେବୃୟାରୀରେ ମଜଦୁର କିଷାନ ଦିବସ ପାଳନ କରାଯିବ ବୋଲି ଚାଷୀ ନିଷ୍ପତ୍ତି ନେଇଛନ୍ତି ।