ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ସାଇବର ଠକେଇ ବଢିବାରେ ଲାଗିଛି । ସାମାନ୍ୟ ଭୁଲ୍ ପାଇଁ ଲୋକଙ୍କ ଆକାଉଣ୍ଟରୁ ଗୋଟିଏ ମିନିଟରେ ଲକ୍ଷ ଲକ୍ଷ ଟଙ୍କା ଗାଏବ୍ ହୋଇଯାଉଛି । ଏହି ସାଇବର ଠକେଇ ଶିକାର ନହେବାକୁ ଲୋକମାନଙ୍କୁ ବାରମ୍ଵାର ସଚେତନ ଓ ସତର୍କ କରୁଛନ୍ତି ଓଡିଶା ପୋଲିସ । ତେବେ ଆଜି ଟ୍ଵିଟ୍ କରି ଲୋକମାନଙ୍କୁ ଏ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଛନ୍ତି ଓଡିଶା ପୋଲିସ ।
KYC ଅପଡେଟ୍ ସଂକ୍ରାନ୍ତୀୟ ଆସୁଥିବା ସମସ୍ତ ମେସେଜ୍ ଓ କଲକୁ ଅଣଦେଖା କରିବାକୁ କହିଛନ୍ତି ଓଡିଶା ପୋଲିସ । କୌଣସି ବ୍ୟାଙ୍କ ବା ଅନ୍ୟାନ୍ୟ ସେବାପ୍ରଦାନକାରୀ ସଂସ୍ଥାଗୁଡିକ ଏଭଳି କୌଣସି ନମ୍ବରକୁ ଫୋନ୍ କରିବାକୁ ପରାମର୍ଶ ଦିଅନ୍ତି ନାହିଁ ବୋଲି ପୋଲିସ ସୂଚନା ଦେଇଛନ୍ତି ।
ALERT!
Do not call any unknown number to update your #KYC.
Ignore all such messages, as service providers never ask to call any such number. pic.twitter.com/UDQwfzKb6d— Odisha Police (@odisha_police) February 23, 2021