ସନ୍ଷ୍ଟାର ଟିଭି ବ୍ୟୁରୋ
ପିପିଲି: ପିପିଲିର ବିକାଶ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ଏହି ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅଞ୍ଚଳର ବିକାଶ ପାଇଁ ୬୭.୬୮କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ପିପିଲି ବ୍ଲକ୍ ପାଇଁ ୨୪.୪୧ କୋଟି ଓ ପିପିଲି ପୌରାଞ୍ଚଳରେ ବିନିଯୋଗ ହେବ ୧୬.୮୫ କୋଟି ଟଙ୍କା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାରଥୀଙ୍କୁ ମନେ ପକାଇ ପିପିଲିର ବିକାଶ ପାଇଁ ଶପଥ ନେଇଥିଲେ । ମହାରଥୀ ୩୦ ବର୍ଷରୁ ଅଧିକ ସମୟରୁ ପିପିଲି ଡେଲାଙ୍ଗର ବିକାଶ ଓ ଆପଣଙ୍କ ଭଲ ମନ୍ଦ ସୁଖ ଦୁଃଖରେ ଥିଲେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ମୁଁ ଗାଁ ଉପରେ ଫୋକସ କରେ । ମହିଳା ବିକାଶ ଫୋକସ, ଚାଷୀ ଭାଇ କଲ୍ୟାଣ, ଗରିବ ମୁହଁରେ ହସ ମତେ ଅଧିକ ସନ୍ତୋଷ ଦେଇଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।