ସନ୍ଷ୍ଟାର ଟିଭି ବ୍ୟୁରୋ
ୱାଶିଂଟନ୍: ମଙ୍ଗଳରୁ ତଥ୍ୟ ହାସଲ କରିବାରେ ନାସାକୁ ମିଳିଛି ଆଉ ଏକ ସଫଳତା । ପୃଥିବୀ ପୃଷ୍ଠରେ ମଙ୍ଗଳ ପୃଷ୍ଠର ଶବ୍ଦ ଶୁଣାଇବାରେ ସକ୍ଷମ ହୋଇଛି ନାସା । ନାସା ଦ୍ୱାରା ପ୍ରେରିତ ‘ପର୍ସିଭରେନ୍ସ ରୋଭର’ ର ସଫଳ ଅବତରଣ ହୋଇଛି । ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି ‘ପର୍ସିଭରେନ୍ସ ରୋଭର’ ।
ରୋଭର ଦ୍ୱାରା ରେକର୍ଡ ହୋଇଥିବା ମଙ୍ଗଳ ଗ୍ରହର ଶବ୍ଦକୁ ନାସା ସାର୍ବଜନୀନ କରିଛି । ରିଲିଜ୍ ହୋଇଥିବା ଏହି ଭିଡିଓ କ୍ଲିପ୍ରେ ମଙ୍ଗଳ ପୃଷ୍ଠରେ ରୋଭର ଅବତରଣ କରୁଥିବା ବେଳର ଶବ୍ଦ ରହିଛି । ରୋଭର ମଙ୍ଗଳ ପୃଷ୍ଠ ଛୁଇଁବାର ୨୦ ମିଟର ଉଚ୍ଚରେ ଥିବାବେଳେ ପବନ ବହୁଥିବାର ଶବ୍ଦ ଏଥିରେ ରେକର୍ଡିଂ ହୋଇଛି ।
 
More sounds of Mars: https://t.co/wRrDvkUxeC
— NASA’s Perseverance Mars Rover (@NASAPersevere) February 22, 2021
;
ଏହାସହ ନାସା, ରୋଭର ଲ୍ୟାଣ୍ଡିଂ ବେଳର ଅନ୍ୟ ଏକ ଭିଡିଓ ମଧ୍ୟ ସାର୍ବଜନୀନ କରିଛି। ଏନେଇ ନାସା ପକ୍ଷରୁ କୁହାଯାଇଛି ଯେ, ରୋଭର ମଙ୍ଗଳ ପୃଷ୍ଠ ଛୁଇଁଲାବେଳେ ମାଇକ୍ରୋଫୋନ୍ କାମ କରିନଥିଲା । ହେଲେ ମଙ୍ଗଳ ପୃଷ୍ଠରେ ଅବତରଣ ପରେ ମାଇକ୍ରୋଫୋନ୍ କାମ କରିବାରୁ ଶବ୍ଦ ସଂଗ୍ରହ ସମ୍ଭବ ହୋଇଥିଲା । ଅବତରଣ ପୂର୍ବରୁ ରୋଭରଟି ପାରାଚ୍ୟୁଟ୍ ସହ ହିଟ୍ ସିଲ୍ଡରୁ ଅଲଗା ହୋଇଥିଲା । ପ୍ରଥମ ଥର ପାଇଁ ମଙ୍ଗଳ ପୃଷ୍ଠରେ ରୋଭର ଲ୍ୟାଣ୍ଡିଂ କରିବାର ଭିଡିଓ, ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ନାସା ସଫଳ ହୋଇଛି ।
Now that you’ve seen Mars, hear it. Grab some headphones and listen to the first sounds captured by one of my microphones. 🎧https://t.co/JswvAWC2IP#CountdownToMars
— NASA’s Perseverance Mars Rover (@NASAPersevere) February 22, 2021
 
Your front-row seat to my Mars landing is here. Watch how we did it.#CountdownToMars pic.twitter.com/Avv13dSVmQ
— NASA’s Perseverance Mars Rover (@NASAPersevere) February 22, 2021
;