ସନ୍ଷ୍ଟାର ଟିଭି ବ୍ୟୁରୋ
ଅହମ୍ମଦାବାଦ: ଗତକାଲି ରାତିରେ ଗୁଜୁରାଟର ଭରୁଚରେ କାରଖାନରେ ଘଟିଛି ଏକ ବଡ ଦୁର୍ଘଟଣା । ଭରୁଚରେ ଥିବା ୟୁପିଏଲ-୫ କେମିକାଲ କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ପ୍ଲାଣ୍ଟରେ କାମ କରୁଥିବା ୨୪ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣ ଶବ୍ଦ ଏତେ ପ୍ରତଣ୍ଡ ଥିଲା ଯେ ପ୍ରାୟ ୧୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏହି ଶବ୍ଦ ଶୁଣିବାକୁ ମିଳିଥିଲା । ବିସ୍ଫୋରଣ ଗୁରୁତର ଆହତ ହୋଇଥିବା ୨୪ କର୍ମଚାରୀଙ୍କୁ ଭରୁଚ ଓ ବଡୋଦରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।ତେବେ ବିସ୍ଫୋରଣର କାରଣ ଜଣାପଡ଼ିନଥିଲେ ବି ରାସାୟନିକ ପ୍ରତିକ୍ରିୟା ଯୋଗୁଁ ନିଆଁ ଲାଗିଯାଇଥିବାର ସନ୍ଦେହ କରାଯାଉଛି |