ସନ୍ଷ୍ଟାର ଟିଭି ବ୍ୟୁରୋ
ଚିତ୍ରକୋଣ୍ଡା: ମାଲକାନଗିରିର ଚିତ୍ରକୋଣ୍ଡା ଅଞ୍ଚଳରେ ମାଓ ଯୋଜନାକୁ ପଣ୍ଡ କରିଛନ୍ତି ବିଏସଏଫ ଯବାନ । କଦଳିବନ୍ଧ ଗ୍ରାମ ନିକଟ ପାହାଡ ପାଖରେ କମ୍ବିଂ ଅପରେସନ ବେଳେ ବିଭିନ୍ନ ମାଓ ଅସ୍ତ୍ରଶସ୍ତ୍ର ଓ ବୋମା ଜବତ କରିଛନ୍ତି ।
ସୂଚନାନୁଯାୟୀ, କମ୍ବିଂ ଅପରେସନ ବେଳେ କଦଳିବନ୍ଧା ଗ୍ରାମର ପାହାଡ ନିକଟରେ ବିଏସଏଫ ଯବାନଙ୍କୁ ୧ଟି ଟିଫିନ ବୋମା, ୨ଟି ପ୍ରେସର ଆଇଡି, ବେଲ୍ଟ, ଔଷଧ, ମାଓ ପୋଷାକ, ନିତିଦିନିଆ ବ୍ୟବହାର୍ଯ୍ୟ ଜିନିଷ ମିଳିଥିଲା । ମାଓବାଦୀମାନେ ଏହାକୁ ଲୁଚାଇ ରଖିଥିଲେ। ଏହାପରେ ବିଏସଏଫ୍ ବମ୍ ସ୍କ୍ଵାଡ ପହଞ୍ଚି ବୋମା ନିଷ୍କ୍ରିୟ କରିଥିଲା ।
&
BSF foiled a Maoist attack bid during a routine combing op & recovered explosives dumped in Kadalibandha forest under Jodamba PS in Malkangiri dist. 5kg tiffin bombs, 2 pressure IEDS, 1 Maoist uniform, wires & batteries seized. BSF defused tiffin bombs & IEDs later: BSF #Odisha pic.twitter.com/ctbSZhr8mu
— ANI (@ANI) February 23, 2021
;