ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ଅପରାହ୍ନରେ ବିଧାନସଭାରେ ଆଗତ ହେବାକୁ ଯାଉଛି ବଜେଟ୍ । ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ ଆଗତ କରିବେ । ତେବେ ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜସ୍ଵ ଆଦାୟ ଓ ଖର୍ଚ୍ଚକୁ ନେଇ ବିସ୍ତୃତ ତଥ୍ୟ ରଖିଛନ୍ତି । ଡିସେମ୍ବର ସୁଦ୍ଧା ଭାଟ, ଜିଏସଟି, ଅବକାରୀ, ଖଣି ରାଜସ୍ବ ଆଦାୟ ସମ୍ପର୍କରେ ତଥ୍ୟ ଉଲ୍ଲେଖ କରିଥିଲେ । ମହାମାରୀ ସମୟରେ ରାଜ୍ୟର ରାଜସ୍ବ ଆଦାୟ କମିଥିଲା ବୋଲି ଅର୍ଥମନ୍ତ୍ରୀ ଗୃହରେ କହିଛନ୍ତି । ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି । ଆସନ୍ତବର୍ଷ ଏ ସମସ୍ୟା ରହିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଗୃହକୁ ଆଶ୍ବସ୍ତ କରିଛନ୍ତି ।
ଚିଠା ବଜେଟକୁ ୯ ତାରିଖରେ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଥିବାବେଳେ ଚଳିତ ବର୍ଷର ବଜେଟ 1ଲକ୍ଷ 70 ହଜାର କୋଟି ଟପି ଯାଇପାରେ ବୋଲି କୁହାଯାଉଛି । ଯାହା ଗତବର୍ଷ ତୁଳନାରେ 13 ପ୍ରତିଶତରୁ ଅଧିକ ବୋଲି ଆକଳନ କରାଯାଉଛି ।