ସନ୍ଷ୍ଟାର ଟିଭି ବ୍ୟୁରୋ
ଭୋପାଳ: ଗତକାଲି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଲିଫ୍ଟରେ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଲିଫ୍ଟ୍ଟି ଉପରକୁ ଯିବା ପରିବର୍ତ୍ତେ ଅକାମି ହୋଇ ୧୦ ଫୁଟ୍ ତଳକୁ ଖସିଯାଇଥିଲା । ତେବେ ଅଳ୍ପକେ ବର୍ତ୍ତି ଯାଇଥିଲେ କମଲନାଥ । ସୂଚନା ଅନୁସାରେ ଗତକାଲି କମଲନାଥ ଇନ୍ଦୋରର ଏକ ଘରୋଇ ଡାକ୍ତରଖାନା ଡିଏନ୍ଏସ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପୂର୍ବତନ କଂଗ୍ରେସ ନେତା ରାମେଶ୍ୱର ପଟେଲ୍ଙ୍କୁ ଦେଖିବାକୁ ଯାଇଥିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ସେମାନେ ଉପରେ ମହଲାରେ ଥିବା ପଟଓ୍ଵାରିଙ୍କ ଓ୍ଵାର୍ଡକୁ ଯିବା ନିମନ୍ତେ ଲିଫ୍ଟ୍ରେ ପଶିଥିଲେ । କିନ୍ତୁ ଲିଫ୍ଟ୍ ଉପରକୁ ଯିବା ପରିବର୍ତ୍ତେ ୧୦ ଫୁଟ୍ ତଳକୁ ଖସି ଯାଇଥିଲା ।
ଏହା ଦେଖି କମଲ ନାଥଙ୍କ ନିରାପତ୍ତା ରକ୍ଷୀମାନେ ତଳ ମହଲାକୁ ଧାଇଁ ଯାଇଥିଲେ। ଲିଫ୍ଟ୍ର ଦରଜା ଜାମ୍ ହୋଇଯାଇଥିଲା । ତୁରନ୍ତ ଜଣେ ଲିଫ୍ଟ୍ ଇଞ୍ଜିନିୟର୍ଙ୍କୁ ଡକାଯାଇ ଲିଫ୍ଟ୍ କବାଟ ଭାଙ୍ଗିବା ପରେ କମଲ୍ ନାଥ ଓ ଅନ୍ୟ ନେତାମାନଙ୍କୁ ଉଦ୍ଧାର କରାଯାଇଥିଲା । ସୌଭାଗ୍ୟବଶତଃ ଲିଫ୍ଟ୍ରେ ଥିବା ନେତାମାନେ ଆହତ ହୋଇ ନ ଥିଲେ ।