ସନ୍ଷ୍ଟାର ଟିଭି ବ୍ୟୁରୋ
ଗଜପତି: ଆଜିଠାରୁ ୧୦ ଦିନ ପାଇଁ ବନ୍ଦ ରହିବ ଜିରାଙ୍ଗର ପ୍ରସିଦ୍ଧ ବୌଦ୍ଧ ମନ୍ଦିର । ତିବ୍ଦତୀୟ ମାନଙ୍କ ମହା ସାଧନ ପୂଜା ପାଇଁ ବନ୍ଦ ରହିବ ମନ୍ଦିର । ଏହି ସମୟରେ ପର୍ଯ୍ୟଟକଙ୍କ ମନ୍ଦିର ମଧ୍ୟରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ବୌଦ୍ଧ ଧର୍ମର ନୂତନ ବର୍ଷର ଆରମ୍ଭରେ ଏହି ମହାସାଧନ ପୂଜାର ଆୟୋଜନ କରାଯିବ । ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଏହି ପୂଜା କରାଯିବ ଓ ଏହି ପୂଜା ଦିନ ରାତି ୨୪ ଘଣ୍ଟା ଧରି ଅନୁଷ୍ଠିତ ହେବ ।
ସେଥିପାଇଁ ମନ୍ଦିରର ମୁଖ୍ୟ ପ୍ରଶାସକ ୧୦ ଦିନ ପାଇଁ ମନ୍ଦିରକୁ ନ ଆସିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ସମସ୍ତ ପର୍ଯ୍ୟଟକଙ୍କ ଲାଗି ଜିରାଙ୍ଗ ବୌଦ୍ଧ ମନ୍ଦିର ବନ୍ଦ ରହିବ ଏବଂ ଯଦି ପର୍ଯ୍ୟଟକ ଆସିବେ ତେବେ ଖସଡ଼ା ଜଳ ପ୍ରପାତ ପରିଦର୍ଶନ କରିବେ ବୋଲି ଲାମା ଗୁରୁଜୀ ସୂଚନା ପ୍ରଦାନ କରିଛନ୍ତି ।