ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଦାଦ୍ରା ଏବଂ ନଗର ହାବେଳିର ଲୋକସଭାର ସାଂସଦ ମୋହନଭାଇ ସଞ୍ଜିଭାଇ ଡେଲକରଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ମୁମ୍ବାଇର ଏକ ହୋଟେଲରୁ ମିଳିଛି । ପ୍ରାଥମିକ ତଦନ୍ତ ଅନୁସାରେ, ସେ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି। ତାଙ୍କ ମୃତ ଦେହ ପାଖରୁ ଏକ ସୁଇସାଇଡ୍ ନୋଟ ଜବତ କରିଛି ପୋଲିସ ।ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି।
ଢେଲକର ୨୦୦୪ରେ ଭାରତୀୟ ନବଶକ୍ତି ପାର୍ଟିର ଟିକେଟରୁ ନିର୍ବାଚନ ଲଢି ଜିତିଥିଲେ। ଫେବୃଆରୀ ୨୦୦୯ ରେ ସେ ଦ୍ବିତୀୟ ଥର କଂଗ୍ରେସ ସହିତ ମିଶିଥିଲେ, କିନ୍ତୁ ୨୦୧୯ର ଲୋକସଭା ନିର୍ବାଚନରେ ପୁଣିଥରେ ନିର୍ଦ୍ଦଳୀୟ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୨୦ରେ ସେ ଜନତା ଦଳ ୟୁନାଇଟେଡରେ ସାମିଲ ହୋଇଥିଲେ। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।