ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କରୋନାର ଦ୍ଵିତୀୟ ସଂକ୍ରମଣର ଲହରୀ ଆସୁଥିବାରୁ ରାଜଧାନୀ ଭୁବନେଶ୍ଵରର ଲୋକମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିସନର ।ଏଥି ସହିତ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ପରିଧାନ କରିବା, ହାତ ସାନିଟାଇଜ୍ କରିବା ଭଳି କୋଭିଡ ୧୯ ନିୟମକୁ କଡାକଡି ଭାବେ ପାଳନ କରିବାକୁ ରାଜଧାନୀ ବାସିନ୍ଦାଙ୍କୁ ବିଏମ୍ସି ପକ୍ଷରୁ କୁହାଯାଇଛି । ଏହାଛଡ଼ା ଲୋକଙ୍କୁ ସଚେତନ କରିବା ପାଇଁ ପାଞ୍ଚଟି ସ୍କାର୍ଡ ଗଠନ କରାଯାଇଛି ।
ସଂକ୍ରମଣରୁ କିପରି ରକ୍ଷା ପାଇ ହେବ ସେଥିପାଇଁ ବଜାର, ସପିଂ ମଲ୍ ମନ୍ଦିର ନିକଟରେ ସକାଳେ ଓ ସନ୍ଧ୍ୟାରେ ମାଇକ ଯୋଗେ ପ୍ରଚାର କରାଯାଉଛି । କୋଭିଡ୍ ସଚେତକଙ୍କୁ ପୁଣି ଆଲର୍ଟ କରାଯାଇଛି । ଏଥିସହିତ ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।