ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ : ଦୀର୍ଘ ୨୨ ବର୍ଷ ତଳର କଟକ ବାରଙ୍ଗ ଅଞ୍ଚଳର ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି । ତେବେ ମୁମ୍ବାଇରୁ ତାଙ୍କୁ ଗିରଫ କରାଯାଇଛି ।ସେଠାରେ ସେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ରଖିଥିଲା ଓ ନିଜର ନକଲି ପରିଚୟ ପତ୍ର ମଧ୍ୟ ବନେଇଥିଲା । ସେ ସେଠାରେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲା । କିନ୍ତୁ ନିଜ ପରିବାର ସହିତ ସେ ସଂପର୍କରେ ଥିଲେ ।
ତେବେ ପ୍ରେସମିଟ୍ରେ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ଏହି ସୂଚନା ଦେଇଛନ୍ତି । ବିବନକୁ ଗିରଫ କରାଯାଇଥିବା ନେଇ ସିବିଆଇକୁ ସୂଚନା ଦିଆଯାଇଥିବା କଥା କହିଛନ୍ତି ପୁଲିସ କମିସନର୍ । ମାତ୍ର ୪ ଜଣ ପୋଲିସ ଅଫିସରଙ୍କୁ ନେଇ ‘ଅପରେସନ ସାଇଲେଣ୍ଟ ଭାଇପର’ ମିଶନ ଗଠନ କରି ମୁମ୍ଵାଇ ପୋଲିସ ଓ ଓଡିଶା ପୋଲିସର ମିଳିତ ଉଦ୍ୟମରେ ପୋଲିସ କମିସନର ଧରିଥିଲେ ବିବନ ଓରଫ୍ ଜଳନ୍ଧରକୁ ।
ସୂଚନାଯୋଗ୍ୟ ଯେ, ୧୯୯୯ ମସିହା ଜାନୁଆରୀ ମାସ ୬ ତାରିଖରେ ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏକ କାର ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା ।