ସନ୍ଷ୍ଟାର ଟିଭି ବ୍ୟୁରୋ
ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥାଏ । ଏହାର ଧଳା ଅଂଶରେ ମିନେରାଲ୍ସ, ଭିଟାମିନ୍ସ ଏବଂ ପ୍ରୋଟିନ ପ୍ରଚୁର ମାତ୍ରାରେ ରହିଥାଏ । ଯାହା ତ୍ବଚାର ସୁନ୍ଦରତା ବଢାଇଥାଏ ଓ ଚର୍ମକୁ ନରମ କରିଥାଏ । ତେବେ ଆସନ୍ତୁ ଜାଣିବା ଅଣ୍ଡା ଫେସପ୍ୟାକ୍ ବିଷୟରେ ଓ ଏହି ଫେସ୍ ପ୍ୟାକ୍ ତ୍ୱଚା ପାଇଁ କିପରି ଲାଭଦାୟକ।
ଆଣ୍ଟି ଏଜିଂ ଫେସପ୍ୟାକ୍ : ଅଣ୍ଡାର ଧଳା ଅଂଶ ବ୍ୟବହାର କରିବା ଦ୍ବାରା ଏହା ଆଣ୍ଟି ଏଜିଂ ଟ୍ରିଟମେଣ୍ଟ ଭଳି କାମ କରିଥାଏ ଓ ତ୍ୱଚାକୁ ନରମ କରିବା ସହିତ ଗ୍ଲୋ ମଧ୍ୟ କରାଇଥାଏ । ଏଥିପାଇଁ ୧ ଚାମଚ ଅଣ୍ଡାର ଧଳା ଅଂଶ ନିଅନ୍ତୁ, ସେଥିରେ ୨-୩ ବୁନ୍ଦା ଏସେନ୍ସିଆଲ ଅଏଲ ମିଶାଇ ଦିଅନ୍ତୁ ।ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ପରେ ମୁହଁ ଶୁଖିଗଲା ପରେ ସେହି ମିଶ୍ରଣକୁ ସଂପୂର୍ଣ୍ଣ ଚେହେରାରେ ଲଗାଇଦିଅନ୍ତୁ । ଏହା ତ୍ବଚାରୁ ଫାଇନ ଲାଇନ୍ସ ହଟାଇଥାଏ ।
ଦାଗ ଦୂର କରିବା ପାଇଁ : ଚେହେରାରୁ ଦାଗ ଦୂର କରିବା ପାଇଁ ଏକ ଚାମଚ ଅଣ୍ଡାର ଧଳା ଅଂଶରେ ୧ ଚାମଚ ସୁଗାର ଏବଂ ୧ ଚାମଚ କର୍ନ ଷ୍ଟାର୍ଚ ମିଶାଇ ଦିଅନ୍ତି । ଏହା ଆପଣଙ୍କ ମୁହଁରୁ ବ୍ଲାକହେଡସ ହଟାଇବା ସହିତ ଦାଗ ଦୂର କରିଥାଏ । ଯଦି ଆପଣଙ୍କ ତ୍ବଚା ତେଲିଆ ହୋଇଥାଏ, ତେବେ ଲେମ୍ବୁ ରସ ଓ ମହୁ ଲଗାନ୍ତୁ । ଏହାଦ୍ବାରା ମଇଳା ସଫା ହେବା ସହିତ ମୁହଁ ସଫା ଦେଖାଯାଇଥାଏ ।