ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ତୈଳ ଦର ବଢିବାରେ ଲାଗିଛି । ଏହାକୁ ନେଇ ବିରୋଧି ଦଳ ନେତାମାନେ ବିଜେପି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ବର୍ଦ୍ଧିତ ତୈଳ ଦରକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ଵିଟ୍ କରି ଲେଖିଛନ୍ତି ଯେ ଭାଜପା ସରକାର ସପ୍ତାହର ସେହି ଦିନର ନାମ ‘ଅଚ୍ଛା ଦିନ’ (ଭଲ ଦିନ) ଘୋଷଣା କରିବା ଉଚିତ୍ ଯେଉଁଦିନ ଦିନ ପେଟ୍ରୋଲ ଓ ଡିଜେଲ ଦର ନ ବଢିବ । ସେ ଆଉ ମଧ୍ୟ ଲେଖିଛନ୍ତି ଯେ କାରଣ ଅନ୍ୟ ଦିନ ଗୁଡିକ ସାଧାରଣ ଜନତାଙ୍କ ପାଇଁ ମହଙ୍ଗା ଦିନ ଅଟେ ।
भाजपा सरकार को सप्ताह के उस दिन का नाम ‘अच्छा दिन’ कर देना चाहिए जिस दिन डीजल-पेट्रोल के दामों में बढ़ोत्तरी न हो।
क्योंकि महंगाई की मार के चलते बाकी दिन तो आमजनों के लिए ‘महंगे दिन’ हैं। pic.twitter.com/JmssmGR5d2
— Priyanka Gandhi Vadra (@priyankagandhi) February 20, 2021
ତେବେ କଂଗ୍ରସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ମହଙ୍ଗାର ବିକାଶ ହେଉଛି ବୋଲି କହି ସେ ମୋଦୀସରକାରଙ୍କୁ ଟାର୍ଗେଟ କରିଥିଲେ ।
ତେବେ ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଦର ୯୦ ଟଙ୍କା ପାର କରିଯାଇଥିଲା ବେଳେ ଡିଜେଲ ଦର ୮୦ ଟଙ୍କା ପାର କରିଛି । ସେହିପରି ମୁମ୍ଵାଇରେ ପେଟ୍ରୋଲ ଦର ୯୬ ଉପରେ ରହିଥିବା ବେଳେ ଡିଜେଲ ଦର ୮୭. ୬୭ ରହିଛି ।