ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗର ପରିଚାଳନା ପରିଷଦ୍ର ଷଷ୍ଠ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ , ୨୦୧୪ରୁ ଆମେ ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛୁ । ସମବାୟ ସଂଘୀୟ ବ୍ୟବସ୍ଥାକୁ ଅଧିକ ଅର୍ଥପୂର୍ଣ୍ଣ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ଏକତ୍ର କାର୍ଯ୍ୟ କରି ଏକ ନିର୍ଦ୍ଦିଷ୍ଟ ଦିଗକୁ ଗତି କରିବାରେ ହିଁ ଭାରତ ବିକାଶର ମୂଳଦୁଆ ରହିଛି । କେନ୍ଦ୍ର ଓ ରାଜ୍ୟ ଏକତ୍ର କାମ କରିବା କଥା କୋଭିଡ୍ ସମୟରେ ଆମେ ଦେଖିଛନ୍ତି । ଏଥିରେ ଦେଶବାସୀ ସଫଳ ହେବା ସହ ସମଗ୍ର ବିଶ୍ୱରେ ଭାରତର ସୁନ୍ଦର ଭାବମୂର୍ତ୍ତି ସୃଷ୍ଟି ହେଲା । ଆଜି ଆମେ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଥିବାରୁ ଏହି ପରିଚାଳନା ପରିଷଦ୍ର ବୈଠକ ଅଧିକ ଗୁରୁତ୍ୱ ବହନ କରୁଛି ।
କୃଷି ସମ୍ବନ୍ଧୀୟ ବାସ୍ତବତାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ। କୃଷିକୈନ୍ଦ୍ରିକ ଦେଶ ହେବା ସତ୍ତ୍ୱେ ଆମେ ଅନେକ ଖାଦ୍ୟ ସାମଗ୍ରୀ ଆମଦାନି ରୁଛନ୍ତି। ଏହା ଉପରେ କଟକଣା ଲାଗୁ କରିବା ସହ ସେ ସବୁ ଉତ୍ପାଦନ କରିବା ଲାଗି କୃଷକମାନଙ୍କୁ ଉତ୍ସାହ ଦେବା ଉଚିତ। ଏଥିପାଇଁ କୃଷକମାନଙ୍କୁ ଗାଇଡ୍ର ଆବଶ୍ୟକତା ରହିଛି ।