ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି ନୀତି ଆୟୋଗର ପରିଚାଳନା ପରିଷଦ୍ ବୈଠକ । ତେବେ ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ନ ଦେଇ ପାରନ୍ତି ବୋଲି ସୂଚନା ମିଳିଛି । ନୀତି ଆୟୋଗ ବୈଠକ ନିଷ୍ଫଳ କହି ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ, ଏହି ସଙ୍ଗଠନର କୌଣସି ଆର୍ଥିକ କ୍ଷମତା ନ ଥିବାରୁ ରାଜ୍ୟର ଯୋଜନାଗୁଡ଼ିକୁ ସହାୟତା ଦେଇ ପାରିବ ନାହିଁ । ସେହି କାରଣରୁ ହେବାକୁ ଥିବା ନୀତି ଆୟୋଗର ବୈଠକରେ ସେ ଯୋଗ ଦେଇ ନ ପାରନ୍ତି ବୋଲି ପୂର୍ବରୁ ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା କହିଥିଲେ ।
ତେବେ ମମତା ବାନାର୍ଜୀଙ୍କ ଛଡା ଏହି ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଯୋଗ ଦେଇ ନ ପାରନ୍ତି ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ।ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଏହି ବୈଠକରେ ଯୋଗ ନ ଦେଇପାରନ୍ତି ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।