ସନ୍ଷ୍ଟାର ଟିଭି ବ୍ୟୁରୋ
ବର୍ଲିନ: ୧୩୫ ରୁମ୍ ବିଶିଷ୍ଟ ନିଜ ପିତୃପୁରୁଷଙ୍କ ରାଜମହଲକୁ ମାତ୍ର ୮୭ ଟଙ୍କା ବିକ୍ରି କରିଦେଇଛନ୍ତି ବର୍ଲିନର ଜଣେ ରାଜକୁମାର । କଥାଟି ଅବିଶ୍ଵାସ ଲାଗିଲେ ମଧ୍ୟ ସତ ଅଟେ । ରାଜକୁମାର ଅର୍ନେଷ୍ଟ ଅଗଷ୍ଟ ଜୁନିଅରଙ୍କ କହିବା ଅନୁଯାୟୀ ସେହି ଘର ମରାମତି ପାଇଁ ୨୩ ମିଲିୟନ ୟୁରୋ ପାଉଣ୍ଡର ଆବଶ୍ୟକତା ରହିଥିଲା । ତେବେ ସେହି ମହଲଟିକୁ ସେଥିପାଇଁ ସେ ୧ ୟୁରୋରେ ବିକ୍ରି କରିଦେଇଥିଲେ ଯାହାର ଭାରତୀୟ ମୂଲ୍ୟ ୮୭ ଟଙ୍କା ଅଟେ ।
ତେବେ ଏହା ଜାଣିବା ପରେ ୬୬ ବର୍ଷୀୟ ରାଜା ଅର୍ନେଷ୍ଟ ଅଗଷ୍ଟ ନିଜର ନିଜ ମହଲକୁ ଫେରି ପାଇବା ଆଶାରେ ଆଇନ୍ର ଦ୍ଵାରସ୍ଥ ହୋଇଛନ୍ତି ଓ ପୁଅ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ତେବେ ସୂଚନା ଅନୁସାରେ ଜର୍ମାନର ନହୋନଭରର ରାଜକୁମାର ଅର୍ନେଷ୍ଟ ଅଗଷ୍ଟ ନିଜର ୧୩୫ ରୁମ୍ ବିଶିଷ୍ଟ ମେରିନବର୍ଗ ମହଲ ୨୦୦୦ ମସିହାରେ ନିଜ ପୁଅ ଅର୍ନେଷ୍ଟ ଅଗଷ୍ଟ ଜୁନିଅରଙ୍କୁ ପ୍ରଦାନ କରିଥିଲେ । ତାଙ୍କ ପୁଅ ଅଗଷ୍ଟ ଜୁନିୟର ୨୦୧୮ରେ ରିହାତି ଦରରେ ମେରିନବର୍ଗ ମହଲକୁ ସରକାରଙ୍କୁ ବିକ୍ରି କରିବାର ଘୋଷଣା କରିଥିଲେ । ଏହାପରେ ମାତ୍ର ଏକ ୟୁରୋ( ୮୭ ଟଙ୍କା)ରେ ମହଲକୁ ବିକ୍ରି କରିଥିଲେ। ପୁଅର ଏହି ନିଷ୍ପତ୍ତି ପରେ ଏବେ ଏହି ମହଲକୁ ବଞ୍ଚାଇବା ପାଇଁ ଅର୍ନେଷ୍ଟ ଅଗଷ୍ଟ ଆଇନର ସାହାରା ନେଇଛନ୍ତି ଓ ନିଜ ପୁଅ ବିରୋଧରେ ଆଇନ୍ର ଆଶ୍ରୟ ନେଇଥିଲେ ।