ସନ୍ଷ୍ଟାର ଟିଭି ବ୍ୟୁରୋ
ଟାଙ୍ଗୀ: କଟକ ୧୬ ନମ୍ବର ଜାତୀୟ ରାଜପଥର କଟକ ଜିଲ୍ଲା ଟାଙ୍ଗୀ ବଇଁଚୁଆଠାରେ ଦେଖାଯାଇଛି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ପଶ୍ଚିମବଙ୍ଗରୁ ରୋଗୀଙ୍କୁ ଧରି ଏସ୍ସିବି ହସ୍ପିଟାଲ ଆସୁବେଳେ ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଏକ ଆମ୍ଵୁଲାନ୍ସ । ଏହି ଦୁର୍ଘଟଣାରେ ଥିବା ରୋଗୀ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୪ ଜଣ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ନିଆଯାଇଛି ।
ସୂଚନା ମୁତାବକ ଡ଼ବ୍ଲ୍ୟୁ.ବି -୩୩-ସି-୬୦୬୮ ନମ୍ବର ବିଶିଷ୍ଟ ବୋଲେରୋ ଆମ୍ବୁଲାନ୍ସରେ ପଶ୍ଚିମବଙ୍ଗର ମେଦିନାପୁରରୁ ରୋଗୀ ଓ ସମ୍ପର୍କୀୟଙ୍କୁ ଧରି କଟକ ବଡ଼ ମେଡିକାଲ ଅଭିମୁଖେ ଆସୁଥିଲା । ବଇଁଚୁଆ ଛକ ଠାରେ ରାଜପଥ ଉପରେ ଛିଡ଼ା ହୋଇଥିବା ଓଡି- ୦୧- କ୍ୟୁ- ୪୧୭୩ ନମ୍ବର ବିଶିଷ୍ଟ କଣ୍ଟେନର ଟ୍ରକ୍ ପଛରେ ଏହି ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଦ୍ରୁତ ଗତିରେ ପିଟି ହୋଇଯାଇଥିଲା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।