ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଏଣିକି ଘରୋଇ ସ୍କୁଲରେ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବାଧକ ସାଜିବନି ଅର୍ଥ । କାରଣ ରାଜ୍ୟର ସବୁ ଘରୋଇ ସ୍କୁଲରେ ଏବେ ସଂରକ୍ଷଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନେ ଘରୋଇ ସ୍କୁଲରେ ନାମ ଲେଖାଇ ପାରିବେ । ତେବେ ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଘରୋଇ ବିଦ୍ୟାଳୟ ଗୁଡିକରେ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ ରହିବ ।। ଅନଲାଇନ ବ୍ୟବସ୍ଥାରେ ଆଡମିଶନ ପାଇଁ ଇଣ୍ଡସ୍ ଆକ୍ସନ ସଂସ୍ଥା ସହିତ ରାଜ୍ୟ ସରକାର ଚୁକ୍ତି କରିଥିବା ନେଇ ସେ କରିଛନ୍ତି । ଏଥିପାଇଁ ଅନଲାଇନରେ ବ୍ୟବସ୍ଥା କରାଯାଇଛି ଓ ଏହି ବ୍ୟବସ୍ଥାକୁ ଆସନ୍ତା ୨୪ ତାରିଖରେ ଶୁଭାରମ୍ଭ କରାଯିବ । ଯାହା ପରେ ୨୫ ତାରିଖରେ ଛାତ୍ରଛାତ୍ରୀ ମାନେ ଅନଲାଇନ ଆବେଦନ କରିପାରିବେ ।